Masthead

ଫ୍ୟାକ୍ଟ୍ରିରେ ନିଆଁ ଲାଗି ୪୦ ମୃତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବାଂଲାଦେଶ ରାଜଧାନୀ ଢାକା ଅଞ୍ଚଳରେ ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯିବା କାରଣରୁ ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଗୁରୁତର ହୋଇଛନ୍ତି । ଶୁକ୍ରବାର ଦିନ ଏଭଳି ଖବର ମିଳିଛି । ଖବର ମୁତାବକ ଗୁରୁବାର ଦିନ ସନ୍ଧ୍ୟାରେ ନାରାୟଣଗଂଜ ନିକଟରେ ଥିବା ଶୋଜାନ ଜୁସ୍ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲ।। ଦମକଳ ବାହିନୀର ସୂଚନା ମୁତାବକ ଫ୍ୟାକ୍ଟ୍ରିର ତଳ ତାଲାରେ ନିଆଁ ଲାଗିଥିଲା । ଫ୍ୟାକ୍ଟ୍ରି ଭିତରେ ପ୍ଲାଷ୍ଟିକ ବୋତଲ ଓ ରାସାୟନିକ ସମାଗ୍ରୀ ଥିବାରୁ ନିଆଁ ଖୁବଶୀଘ୍ର ପୁରା ଫ୍ୟାକ୍ଟ୍ରିକୁ ଘେରି ଯାଇଥିଲା ।

ଜାତୀୟ ଗଣମାଧ୍ୟମ ଏଏନଆଇର ସୂଚନା ମୁତାବକ ଏହି ଅଗ୍ନିକାଣ୍ଡରେ ୪୦ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୩୦ ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । କୁହାଯାଇଛି କି ଭୀଷଣ ନିଆଁର ବଞ୍ଚିବା ପାଇଁ କିଛି ଶ୍ରମିକ ଛାତ ଉପରୁ ତଳକୁ ଡେଇଁ ପଡିଥିଲେ । ହୋସେନ ଫୁଡସ ଲିମିଟେଡ କମ୍ପାନୀରୁ ନିଆଁ ଲିଭାଇବାକୁ ୧୮ ଟି ଦମକଳ ଲାଗିଛି । ଅନ୍ୟପଟେ ଫ୍ୟାକ୍ଟ୍ରିରେ କାମ କରୁଥିବା ଲୋକଙ୍କ ସନ୍ଧାନ ନେବାକୁ ପରିଜନମାନେ ଫ୍ୟାକ୍ଟ୍ରି ନିକଟରେ ଭିଡ ଜମାଇଛନ୍ତି । ଏହାସହ ଉଦ୍ଧାର ହୋଇଥିବା ମୃତକଙ୍କ ମଧ୍ୟରୁ କିଛି ଲୋକଙ୍କର ପରିଚୟ ମିଳିଥିବା ବେଳେ ଅନେକ ମୃତଦେହର ପରିଚୟ ମିଳିପାରି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ