Masthead

ମହୁଲ ଫୁଲ କାହାପାଇଁ ନିଶା ତ କାହାପାଇଁ ଭାତହାଣ୍ଡି

ନାକଟିଦେଉଳ(ବଡ଼ ଖବର ବ୍ୟୁରୋ): ମହୁଲ ଫୁଲ କାହାପାଇଁ ନିଶା ତ କାହାପାଇଁ ଭାତହାଣ୍ଡି । ଦୁଇ ପଇସା ରୋଜଗାର ଆଶାରେ ଜଙ୍ଗଲରେ ଖରାତାତିରେ ବୁଲି ବୁଲି ମହୁଲ ଫୁଲ ସଂଗ୍ରହ କରୁଥିବା ଲୋକଙ୍କୁ କିନ୍ତୁ ଉଚିତ ପରିଶ୍ରମିକ ମିଳୁ ନାହିଁ । ସେମାନେ ଅଭାବୀ ବିକ୍ରୀର ଶିକାର ହେଉଛନ୍ତି । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର ବିଭିନ୍ନ ଗ୍ରାମର ଲୋକେ ଚାଷ ଉପରେ ନିର୍ଭର କରନ୍ତି । ପରିବାର ପ୍ରତିପୋଷଣ ପାଇଁ ବର୍ଷ ତମାମ ସେମାନଙ୍କ ପାଖରେ କାମ ନ ଥିବାରୁ ବହୁ ସମୟରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି । ଖରାତାତିରେ ସକାଳୁ ସଞ୍ଜ ପର୍ୟ୍ୟନ୍ତ ଜଙ୍ଗଲରୁ ଲଘୁବନ ଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ଚଳାଇବାକୁ ଆଶା ରଖିଥିବା ଏହି ଗରିବ ଲୋକେ ପରିଶ୍ରମର ଉଚିତ ମୂଲ୍ୟ ପାଇ ପାରୁ ନାହାନ୍ତି । ବଜାର ଦର କଥା ଛାଡ଼ । ସରକାରୀ ଧାର୍ୟ୍ୟ ଦର ଠାରୁ ବି କମ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।

ସରକାର ୭୨ଟି ଲଘୁ ବନଜାତ ଦ୍ରବ୍ୟ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ୟ୍ୟ କରିଛନ୍ତି । ଏଥିରେ ମହୁଲ ଫୁଲ ମଧ୍ୟ ସାମିଲ ଅଛି । କିନ୍ତୁ ମହୁଲ ଫୁଲ ସଂଗ୍ରହକାରୀ ଅସାଧୁ ବ୍ୟବସାୟୀଙ୍କ ଶୋଷଣର ଶିକାର ହେଉଛନ୍ତି । ବ୍ୟବସାୟୀମାନେ ମହୁଲ ଫୁଲ କିଲୋ ପ୍ରତି ୨୫ ରୁ ୩୦ ଟଙ୍କାରେ କିଣି ୩ ଗୁଣ ଦରରେ ବାହାରେ ବିକ୍ରି କରୁଛନ୍ତି । ପୂର୍ବରୁ ବନ ଉନ୍ନୟନ ନିଗମ ପକ୍ଷରୁ ମଣ୍ଡି ମାଧ୍ୟମରେ ସିଧାସଳଖ ଲୋକଙ୍କ ଠାରୁ ମହୁଲ ଫୁଲ କିଣା ଯାଉଥିଲା । କିନ୍ତୁ ୧୨ ବର୍ଷରୁ ଅଧିକା ହେଲା ଏହା ବନ୍ଦ ରହିଛି । ରାଜସ୍ୱ ବୃଦ୍ଧିରେ ମହୁଲଫୁଲର ପ୍ରମୁଖ ଭୂମିକା ରହିଥିବାରୁ ସରକାର ସିଧାସଳଖ ଲୋକଙ୍କ ଠାରୁ କିଣିବାର ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି