Masthead

୧୨ରୁ ପଞ୍ଚାୟତ ଭୋଟ !

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ। ଆସନ୍ତା ଫେବ୍ରୁଆରୀ ୧୨ରୁ ଆରମ୍ଭ ହୋଇପାରେ ପଞ୍ଚାୟତ ଭୋଟ। ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଭୋଟ । ଏହାକୁ ନେଇ ତାଲିକା ପ୍ରସ୍ତୁତ। ମାର୍ଚ୍ଚ ୫ ସୁଦ୍ଧା ଫଳ ପ୍ରକାଶ ସହ ନୂଆ ଲୋକ ପ୍ରତିନିଧି ଗ୍ରହଣ କରିବେ ଦାୟିତ୍ଵ। ତେବେ କେଉଁ ତାରିଖରେ ଭୋଟ୍ ହେବ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ରାଜ୍ୟ ନିର୍ବାଚନ କମିଶନ । ସେପଟେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୮ରେ ପଞ୍ଚାୟତ ଓ ପଞ୍ଚାୟତ ସମିତି ପଦବି ପାଇଁ ପ୍ରାଥମିକ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବ । ୨୬ରେ ଜାରି ହେବ ଚୂଡ଼ାନ୍ତ ତାଲିକା । ସେହିଭଳି ଜିଲ୍ଲା ପରିଷଦ ପଦବି ପାଇଁ ୮ ରେ ଚିଠା ସଂରକ୍ଷଣ ତାଲିକା ଓ ୩୦ରେ ଚୂଡ଼ାନ୍ତ ତାଲିକା ପ୍ରକାଶିତ ହେବ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ୧୬ରେ ଚିଠା ଏବଂ ୨୬ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଏଥିପାଇଁ ପ୍ରସ୍ତୁତି ତ୍ୱରିତ କରିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ସେପଟେ ପିପିଲି ଉପନିର୍ବାଚନରେ ବିଜେଡି ବାଜିମାତ କରିଛି। ଯାହାକୁ ନେଇ ଶାସକ ଦଳର କନଫିଡେଣ୍ଟ ଉର୍ଦ୍ଧ୍ବରେ।

ଆସନ୍ତା ୨୦୨୨ ମାର୍ଚ୍ଚ ୫ ରେ ଚଳିତ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ଶେଷ ହେବ । ତେଣୁ ନିୟମ ଅନୁସାରେ ତା’ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ସାରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସରକାରୀ ପ୍ରସ୍ତୁତି ଜୋର ଧରିଛି ଚଳିତ ଅକ୍ଟୋବର ୩୦ ସୁଦ୍ଧା ସଂରକ୍ଷଣ ପ୍ରକିୟା ଚୂଡ଼ାନ୍ତ ଶେଷ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ତାଲିକା ହସ୍ତାନ୍ତର କରାଯିବ। ୱାର୍ଡମେମ୍ବର, ସରପଞ୍ଚ, ସମତିସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ୮ରେ ଚିଠା ତାଲିକା ପ୍ରକାଶ ପରେ ୧୬ରୁ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ । ୨୧ ସୁଦ୍ଧା ସଂରକ୍ଷଣ ନେଇ ଅଭିଯୋଗ ଉପରେ ଶୁଣାଣି ପରେ ୨୬ରେ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶନ ସହ ନିର୍ବାଚନ କମିଶନଙ୍କୁ ହସ୍ତାନ୍ତର କରାଯିବ । ସେହିଭଳି ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ପଦବିର ସଂରକ୍ଷଣ ଚିଠା ତାଲିକା ୮ରେ ସର୍ବସାଧାରଣଙ୍କ ଅବଗତି ପାଇଁ ଜାରି ହେବ । ଏ ତାଲିକା ଉପରେ ସାଧାରଣରୁ ୧୮ରୁ ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇ ୨୨ ସୁଦ୍ଧା ଜିଲ୍ଲାପାଳ ଶୁଣାଣି କରି ଫଏସଲା କରିବେ । ୨୯ରେ ସରକାରୀ ଅନୁମୋଦନ ପରେ ୩୦ରେ ଚୂଡ଼ାନ୍ତ ତାଲିକା କମିଶନଙ୍କ ନିକଟରେ ସକାର ଦାଖଲ କରିବେ। ଅନ୍ୟପଟେ ପଞ୍ଚାୟତ ନିର୍ବାଚନକୁ ନେଇ ବିରୋଧୀ ବି ପ୍ରସ୍ତୁତ।

ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ। ତିନି ଦଳ ବି ପ୍ରସ୍ତୁତ। ବିଜେଡି ବିଜେପି ଏବଂ କଂଗ୍ରେସ ଆରମ୍ଭ  କରି ଦେଇଛନ୍ତି ବ୍ଲୁ ପ୍ରିଣ୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ