Masthead

ସିବିଆଇ ଜାଲରେ ପୋର୍ଟ ହେଲଥ ଅଫିସର ଡାକ୍ତର

ପାରାଦ୍ୱୀପ(ବଡ଼ ଖବର ବ୍ୟୁରୋ):ପାରାଦ୍ଵୀପ ବନ୍ଦରର ପବ୍ଲିକ ହେଲଥ ଅଫିସରେ ଚାଲିଛି ସିବିଆଇ ରେଡ। ୫୦ ହଜାର ଲାଞ୍ଚ କାରବାର ବେଳେ ଧରିଲା ସିବିଆଇ। ପୋର୍ଟର ହେଲଥ ଅଫିସର ଡାକ୍ତର ଆର.ଏନ ପାଣିଗ୍ରାହୀଙ୍କ ନିକଟରୁ ଜବତ ହେଲା ଟଙ୍କା। କଲିକତାର ଏମିଏନସ୍ସ ସିପିଂ ଏଜେନ୍ସୀ ଠାରୁ ନେଉଥିଲେ ୫୦ ହଜାର ଟଙ୍କା । ଗୋଟିଏ ଜାହାଜର ନାବିକ ମାନଙ୍କର ହେଲଥ କ୍ଲିୟରାନ୍ସ ସାର୍ଟିଫିକେଟ ପାଇଁ ସିପିଂ ଏଜେନ୍ସି ଠାରୁ ଜଣ ପିଛା (୧୫୦୦) ଦେଢ ହଜାର ଟଙ୍କା ଦାବି କରିଥିଲେ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ ।

ଜାହାଜରେ ଅଛନ୍ତି ୮୦ ଜଣ ନାବିକ । ଏହାକୁ ନେଇ ସିବିଆଇ ନିକଟରେ ଏଜେନ୍ସି ଅଭିଯୋଗ କରିବା ପରେ ୫୦,୦୦୦ ହଜାର ଟଙ୍କା ଦେବାକୁ ଫାଇନାଲ ହୋଇଥିଲା। ଆଜି ଏଜେନ୍ସି ପକ୍ଷରୁ ଭୁଇଁଆ ଛକ ନିକଟ ପବ୍ଲିକ ହେଲଥ ଅଫିସରେ ଡାକ୍ତର ଆର.ଏନ ପାଣିଗ୍ରାହୀଙ୍କୁ ଟଙ୍କା ଦେବା ବେଳେ ମାଡି ବସିଥିଲା ସିବିଆଇ। ସିବିଆଇର ୧୦ ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଅଫିସ ର ବିଭିନ୍ନ କାଗଜପତ୍ର ଯାଞ୍ଚ୍ ଚାଲିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍