Before Header

୮ଦିନ ପାଇଁ ୮ ପ୍ରସଙ୍ଗ

0 21

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭାରେ ଆଲୋଚନା ପାଇଁ ଉଭୟ ବିରୋଧୀ ଓ ଶାସକ ଦଳ ପାଖରେ ମାଳ ମାଳ ପ୍ରସଙ୍ଗ । ହେଲେ ସମୟ ମାତ୍ର ୮ ଦିନ । ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୯ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନର କାର୍ଯ୍ୟଦିବସ ମାତ୍ର ୮ । ଏହି ୮ ଦିନରେ ରାଜ୍ୟବାସୀଙ୍କ ସମସ୍ୟା ଉତ୍ଥାପିତ କରିବାକୁ ହେବ । ଏବେ ରାଜ୍ୟରେ ସମସ୍ୟା ଅନେକ ଥିଲେ ବି ୮ ଦିନ ପାଇଁ ବିରୋଧୀ ହାତରେ ରହିଛି ୮ ପ୍ରମୁଖ ପ୍ରସଙ୍ଗ । ଯାହା ଶାସକ ଦଳ ବିରୋଧରେ ହେବ ମୁଖ୍ୟ ଅସ୍ତ୍ର । ବିଶେଷକରି ରାଜ୍ୟ ସରକାରଙ୍କ କିଛି ମନ୍ତ୍ରୀ ହିଁ ଏବେ ମୁଖ୍ୟମନ୍ତ୍ରୀଙ୍କୁ ଅଡୁଆରେ ପକାଇଛନ୍ତି ।

ପ୍ରସଙ୍ଗ ନମ୍ବର ୧- ପ୍ରତାପ ଜେନା । ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନେଇ ବିଧାନସଭା କମ୍ପିପାରେ । ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ମନ୍ତ୍ରୀଙ୍କ ବିରୋଧରେ ସାନି ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ହତ୍ୟା ଘଟଣାରେ ପୋଲିସ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉ ଥିବାର ଅଭିଯୋଗ ଆସିଛି । ଯାହାକୁ ଇସ୍ୟୁ କରି ଗୃହ ବିଭାଗର ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପରେ ପ୍ରଶ୍ନ ଉଠାଇବେ ବିରୋଧୀ

ପ୍ରସଙ୍ଗ ନମ୍ବର ୨- ଜଗନ୍ନାଥ ସାରକା । ରାଜ୍ୟ ସରକାରଙ୍କ ଆଉ ଜଣେ ମନ୍ତ୍ରୀ ଜଗନ୍ନାଥ ସାରକା ଏବେ ବିବାଦରେ । ମହିଳା କନେଷ୍ଟବଳ ପ୍ରଜ୍ଞା ପରମିତା ଗରାବଡୁଙ୍କ ସଂଗୀନ ଅଭିଯୋଗ ପରେ ଜଗନ୍ନାଥ ସାରକାଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ । କିନ୍ତୁ ସରକାରଙ୍କ ନିରବତା ଏହି ବିବାଦକୁ ଜଟିଳ କରିଛି । ବିଧାନସଭାରେ ବିରୋଧୀ ନିଶ୍ଚୟ ଜଗନ୍ନାଥ ସାରକା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିବେ ।

ପ୍ରସଙ୍ଗ ନମ୍ବର ୩- ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବିରୋଧରେ ବି ମାଳ ମାଳ ଅଭିଯୋଗ । ସମବାୟ ଦୁର୍ନୀତି ପ୍ରସଙ୍ଗରେ ମନ୍ତ୍ରୀଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଚାଷୀଙ୍କ ସମସ୍ୟା ପ୍ରସଙ୍ଗରେ ମନ୍ତ୍ରୀ ରାଜା ସ୍ୱାଇଁଙ୍କ ଭୂମିକା ଉପରେ ଉଠିଛି ବଡ ପ୍ରଶ୍ନ । ଗତ ଅଧିବେଶନରେ ବି ରାଜା ସ୍ୱାଇଁ ଥିଲେ ବିରୋଧୀଙ୍କ ଟାର୍ଗେଟରେ । ଏଥର ବି ସେ ସରକାରଙ୍କୁ ଅଡୁଆରେ ପକାଇବେ ।

ପ୍ରସଙ୍ଗ ନମ୍ବର ୪- ଚାଷୀଙ୍କ ସମସ୍ୟା । ମରୁଡି ଓ ଧାନ କିଣା । ରାଜ୍ୟରେ ଏଥର ନିଅଣ୍ଟିଆ ବର୍ଷା ପାଇଁ ଚାଷୀ ସାଙ୍ଘାତିକ କ୍ଷତି ସହିଛି । କିନ୍ତୁ ଦୁର୍ଭାଗ୍ୟ ଚାଷୀଙ୍କ ଏ ଦୁଃଖରେ ସରକାର ସହାୟତା ପହଞ୍ଚାଇ ପାରିନାହାନ୍ତି । ଅନେକ ଜମିକୁ ଜଳସେଚନର ସୁବିଧା ହୋଇପାରିନାହିଁ । ସେପଟେ ପ୍ରତିଥର ଧାନକିଣାକୁ ନେଇ ଯେଉଁ ସମସ୍ୟା ହେଉଛି ତାହା ବି ମୌସୁମୀ ଅଧିବେଶନରେ ବିରୋଧୀଙ୍କ ପ୍ରମୁଖ ପ୍ରସଙ୍ଗ ତାଲିକାରେ ରହିଛି ।

ପ୍ରସଙ୍ଗ ନମ୍ବର ୫- ପୌର ନିର୍ବାଚନ । ପୌର ନିର୍ବାଚନରେ ସରକାର ବିଳମ୍ବ କରିବାକୁ ମଧ୍ୟ ଇସ୍ୟୁ କରିବେ ବିରୋଧୀ ଦଳ ।

ପ୍ରସଙ୍ଗ ନମ୍ବର ୬- ରାଜ୍ୟ ସୀମାରେ ପଡୋଶୀଙ୍କ ଦାଦାଗିରିକୁ ଉଠାଇବେ ବିରୋଧୀ ଦଳ ।

ପ୍ରସଙ୍ଗ ନମ୍ବର ୭- କୋଭିଡ ପରିଚାଳନାରେ ସରକାରଙ୍କ ବିଫଳତା, ସ୍ୱାସ୍ଥ୍ୟ ସେବା ପାଇଁ ସାଧାରଣ ଲୋକେ ଯେଉଁଭଳି ଦହଗଂଜ ହେଲେ ତାହା ବି ସରକାରଙ୍କୁ ଅଡୁଆରେ ପକାଇବ ।

ପ୍ରସଙ୍ଗ ନମ୍ବର ୮- ବିରୋଧୀଙ୍କ ହାତରେ ମାଳ ମାଳ ପ୍ରସଙ୍ଗ ଥିବା ବେଳେ ସରକାରଙ୍କ ପାଖରେ ବି କାଉଣ୍ଟର ଷ୍ଟ୍ରାଟେଜି ରହିଛି । ବିଶେଷକରି ମୁଖ୍ୟ ବିରୋଧୀ ଦଳ ବିଜେପି ବିରୋଧରେ ଦେଶରେ ମହଙ୍ଗାଇ ଶାସକ ବିଜେଡି ପାଇଁ ସବୁଠୁ ବଡ ଅସ୍ତ୍ର ହେବ ।
ପ୍ରସଙ୍ଗ ଅନେକ ଥିଲେ ବି ପଞ୍ଚାୟତ ନିର୍ବାଚନ ପୂର୍ବରୁ ୮ ଦିନର ଏହି ବିଧାନସଭାରେ କାହା ଉପରେ କିଏ ଭାରି ପଡୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.