Masthead

ପୋଲ୍ ଖୋଲିଲେ ପ୍ରଦୀପ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେପି ନେତା ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ । କହିଲେ ଛତିଶଗଡରେ ବିଜେପିକୁ ହରାଇବାକୁ ଟଙ୍କା ଲଗେଇଥିଲା ବିଜେଡି । ପଶ୍ଚିମ ଓଡ଼ିଶାର ବିଜେଡି ନେତା, ମନ୍ତ୍ରୀମାନେ ପ୍ରାଣପଣେ ଚେଷ୍ଟା କରିଥିଲେ । ଛତିଶଗଡ଼ ଗସ୍ତ କରି ଲୋକଙ୍କୁ କହୁଥିଲେ ବିଜେପି ବିରୋଧରେ ଭୋଟ ଦିଅ । ଗତ ନିର୍ବାଚନରେ ବି ଟଙ୍କା ଲଗାଇଥିଲେ । କଂଗ୍ରେସ ଜିତିବାରୁ ବିଜେଡି ଖୁସି ଥିଲା । ବିଜେଡି ପଇସା ଲଗେଇଛି, ପ୍ରଚାର ବି କରିଛି ତା ସତ୍ତ୍ୱେ ଛତିଶଗଡ଼ ଲୋକେ ବିଜେପିକୁ ଭୋଟ ଦେଇଛନ୍ତି ।

ଓଡ଼ିଶାରେ ୨୦୨୪ରେ ସରକାର ହେବ ଏହାକୁ କେହି ଅଟକାଇ ପାରିବେନି । ୩ ରାଜ୍ୟର ଫଳାଫଳ ବିଜେଡି ପାଇଁ ମୃତ୍ୟୁ ଘଣ୍ଟି । ବିଜେଡି ନେତାଙ୍କ ପାଇଁ ସତର୍କ ଘଣ୍ଟି । ଛତିଶଗଡ଼ ଫଳାଫଳ ପଶ୍ଚିମ ଓଡ଼ିଶାରେ ବ୍ୟାପକ ପ୍ରଭାବ ପକାଇବ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ । ସେ ଆହୁରି ମଧ୍ୟ କହିଛନ୍ତି ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜେନ୍ଦ୍ର ଢୋଲକିଆ ଓ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ଭଳି ବିଜେଡିର ଅନେକ ବରିଷ୍ଠ ପଶ୍ଚିମ ଓଡ଼ିଶାର ନେତା ମନ୍ତ୍ରୀ ଛତିଶଗଡ଼ରେ ଭୁନେଶ୍ୱରୁ ପୁଳା ପୁଳା ଟଙ୍କା ନେଇ ବିଜେପିକୁ ହରାଇବା ପାଇଁ ଚାହୁଥିଲେ । ହେଲେ ଫଳ ଶୂନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ