Masthead

କ’ଣ କରିବେ ପ୍ରସନ୍ନ ପାଟ୍ଟଶାଣୀ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କ’ଣ କରିବେ ପ୍ରସନ୍ନ ପାଟ୍ଟଶାଣୀ? ତାଙ୍କ ରାଜନୈତିକ ଭବିଷ୍ୟତ ହେବ କ’ଣ? ନୀରବ ରହିବେ ନା ପୁଣି ରାଜନୀତି କରିବେ? ବିଜେଡିରୁ ଏ ପର୍ଯ୍ୟନ୍ତ ପ୍ରସନ୍ନଙ୍କୁ ଟିକେଟ ମିଳିନଥିବା ବେଳେ ତାଙ୍କ କାର୍ଯ୍ୟକର୍ତ୍ତା ଏବେ ସନ୍ଦେହରେ । ଯେତେବେଳେ ନବୀନ ନିବାସରେ ସଂସଦୀୟ କ୍ଷେତ୍ର ୱାରି ସମୀକ୍ଷା କଲେ ବିଜେଡି ସୁପ୍ରିମୋ ସେତେବେଳେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଡକାଯାଇଥିଲା । ଚିଲିକା ବିଧାନସଭାରୁ ଟିକେଟ ମିଳିବ ବୋଲି କୁଆଡେ ତାଙ୍କୁ କୁହାଗଲା । ତା ପୂର୍ବରୁ ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଭାବେ ଟିକେଟ ଦେଇସାରିଥିଲା ବିଜେଡି । ପ୍ରଥମେ ସାଂସଦ ଓ ପରେ ବିଧାନସଭା ଲାଗି ଟିକେଟ ନଦେଇ ପ୍ରସନ୍ନଙ୍କୁ ଅପ୍ରସନ୍ନ କରିବା ପରେ ଚର୍ଚ୍ଚା ହେଲା ଯେ ସେ ବିଜେପି ଶିବିରକୁ ଡେଇଁ ପାରନ୍ତି । ଏନେଇ ଉପର ମହଲରେ ଲେଖା ଛିଣ୍ଡିସାରିଛି ।

ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଟିକେଟ ମିଳିବ ବୋଲି ଚର୍ଚ୍ଚା ଭିତରେ ରଘୁନାଥ ସାହୁଙ୍କ ଉପରେ ଭରସା କରିଛନ୍ତି ବିଜେଡି ସୁପ୍ରିମୋ । ଏହାରି ଭିତରେ ପାଟ୍ଟଶାଣୀ କହିଛନ୍ତି ଯେ ‘ପରବର୍ତ୍ତୀ ଅଭିମୁଖ୍ୟ କ’ଣ ହେବ ତାହା ସମୟ କହିବ । ନେତୃତ୍ୱଙ୍କ ଆଦେଶକୁ ମାନି ଶୃଙ୍ଖଳାର ସହ ବିଜେଡିରେ କାମ କରୁଛି । ସମ୍ମାନ ଓ ବିଶ୍ୱାସ ମୋ ପାଇଁ ସବୁଠୁ ବଡ଼, ପଦପଦବୀ ନୁହେଁ । ରାଜନୀତିରେ ସମୟ ହେଉଛି ବଡ଼ ବଳବାନ । କିଏ ରହିବ କିଲ ଯିବ ତାହା ସମୟ ଉପରେ ନିର୍ଭର କରେ’ । ପ୍ରସନ୍ନଙ୍କ ଏକଥାରୁ ଜଣାପଡୁଛି ଯେ ତାଙ୍କ ଭିତରେ ରହିଛି ଅସନ୍ତୋଷ ।

ବିଜୁ ଜନତା ଦଳର ଭେଟେରାନ ନେତା ହେଉଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ୫ ଥର ବିଜୟୀ ହୋଇଛନ୍ତି ଯାଇସାରିଛନ୍ତି ଦିଲ୍ଲୀ ଦରବାର । ହେଲେ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ଟିକେଟକୁ କାଟିଦେଲେ ବିଜେଡି ମୁଖିଆ । ତାଙ୍କ ସ୍ଥାନରେ ପୂର୍ବତନ ବରିଷ୍ଠ ଆଇପିଏସ୍ ଅଫିସର ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା ଦଳ । ହେଲେ ଅପରାଜିତାଙ୍କ ଠାରୁ ଅରୂପ ପରାସ୍ତ ହେଲେ । ଟିକେଟ କଟିବା ପରେ କୁଆଡେ ତାଙ୍କୁ କୁହାଯାଇଥିଲା ଯେ ରାଜ୍ୟସଭା ପଠାଯିବ । ହେଲେ ତାହା ହେଲା ନାହିଁ । ଯାହାକୁ ନେଇ ପ୍ରସନ୍ନଙ୍କ ଅସନ୍ତୋଷ ବଢିଥିବା ଚର୍ଚ୍ଚା ହେଲା ।

ନୀରବ ରହିଥିବା ପାଟ୍ଟଶାଣୀ ଚଳିତ ନିର୍ବାଚନକୁ ଅପେକ୍ଷା କରିଥିଲେ । ହେଲେ ଏହାରି ଭିତରେ ନା ଲୋକସଭା ମିଳିଲା ନା ବିଧାନସଭା ଟିକେଟ । ଆଗକୁ ଆଉ ମାତ୍ର ୭ଟି ବିଧାନସଭା ଲାଗି ପ୍ରାର୍ଥୀ ଘୋଷଣା କରିବ ବିଜେଡି । ଏହାରି ଭିତରେ ମଧ୍ୟ ପ୍ରସନ୍ନ କେଉଁଠି ମଧ୍ୟ ଫିଟ୍ ନହେବା ଭଳି ମନେହେଉଛି । ଅର୍ଥାତ ବିଜେଡି ଆଉ ଟିକେଟ ଦେଇନପାରେ । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ପ୍ରସନ୍ନଙ୍କ ରାଜନୈତିକ କ୍ୟାରିୟରରେ ପଡ଼ିଗଲା କି ପୂର୍ଣ୍ଣଚ୍ଛେଦ? ନା ଚୌକି ଲୋଭରେ ଯିବେ ବିଜେପି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା