Masthead

ନମୋ ଟିମରୁ ପ୍ରତାପ ଆଉଟ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରତାପ ଷଡ଼ଙ୍ଗୀ । ଓଡ଼ିଶା ରାଜନୀତିର ଏକ ଚର୍ଚ୍ଚିତ ନାମ । ପ୍ରଥମ ଥର ବାଲେଶ୍ୱରରୁ ସାଂସଦ ଭାବେ ନିର୍ବାଚିତ ହୋଇ ମୋଦୀଙ୍କ ଦ୍ୱିତୀୟ ଇନିଂସରେ ମନ୍ତ୍ରୀ ହୋଇଥିଲେ ପ୍ରତାପ । ସେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଥିଲେ । ପିଏମ୍ ମୋଦି ତାଙ୍କୁ ପଶୁ ସଂପଦ ଓ ଇଏସ୍ଏମଇ ଦାୟିତ୍ୱ ଦେଇଥିଲେ । ତେବେ ତାଙ୍କ ପରଫମାନ୍ସ ବୋଧେ ପିଏମ୍ଓଙ୍କୁ ସନ୍ତୁଷ୍ଟ କରିପାରି ନଥିଲା । କେନ୍ଦ୍ରମନ୍ତ୍ରିମଣ୍ଡଳର ଅଦଳବଦଳ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି ।

ମୋଦିଙ୍କ ଦ୍ୱିତୀୟ ଇନିଂସର ପ୍ରଥମ ଅଧିବେଶରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାରେ ଭାଗ ନେଇ ପ୍ରାତପ ଷଡଙ୍ଗୀ ଦେଶବାସୀଙ୍କୁ ଚକିତ କରିଦେଇଥିଲେ । ସେ ଦୀର୍ଘ ଏକ ଘଣ୍ଟା ଧରି ଭାରତର ଏକତା, ଅଖଣ୍ଡତା, ସଂସ୍କୃତି ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ । ୫ଭାଷାରେ ସେ ଦେଇଥିଲେ ଓଜସ୍ୱୀ ଭାଷଣ । ସେଦିନ ଦେଶ ଦେଖିଥିଲା ପ୍ରତାପଙ୍କ ପାଣ୍ଡିତ୍ୟ । ଏଭଳି ଜଣେ ନେତାଙ୍କୁ ମୋଦି ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥିବାରୁ ଦେଶବାସୀ ଖୁସି ହୋଇଯାଇଥିଲେ ।

ପ୍ରଶଂସାରେ ମୋଦି ଓ ପ୍ରତାପଙ୍କୁ ପୋତି ଦେଇଥିଲେ । ସେଦିନଠାରୁ ପ୍ରତାପ ଷଡଙ୍ଗୀଙ୍କ ନାମରେ ଆଉ ଏକ ଅଳଙ୍କାର ଯୋଡି ହୋଇଗଲା ଓଡ଼ିଶାର ମୋଦି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପ୍ରତାପଙ୍କ ଉପରେ ଗଭୀର ଆସ୍ଥା ପ୍ରକଟ କରିଥିଲେ । ବୋଧହୁଏ ପ୍ରତାପ ତାଙ୍କ କାର୍ଯ୍ୟଧରା ସୂଚାରୁ ରୂପେ ସମ୍ପାଦନ କରିପାରି ନାହାନ୍ତି । ପ୍ରଧାନମନ୍ତ୍ରୀଙ୍କ ଆଶା ପୂରଣ କରିପାରି ନାହାନ୍ତି । ସେଥିପାଇଁ ପ୍ରଧାନମନ୍ତ୍ରୀ ପ୍ରତାପଙ୍କୁ ଇସ୍ତଫା ଦେବାକୁ ପରାମର୍ଶ ଦେଇଥିଲେ । ଆଲୋଚନା ହେଉଛି ପ୍ରତାପଙ୍କ ବୟସ ୬୧ବର୍ଷ । ପ୍ରଧାନମନ୍ତ୍ରୀ ତାଙ୍କ ଯୁବ ମନ୍ତ୍ରିମଣ୍ଡଳରେ ବୟସ୍କ ନେତାଙ୍କୁ ବାଦ୍ ଦେଇଛନ୍ତି । ସେଥିପାଇଁ ହୁଏତ ପ୍ରତାପ ବାଦ ପଡିଥାଇପାରନ୍ତି । ପୁଣି ପଡୋଶୀ ମୟୂରଭଞ୍ଜରୁ ବିଶ୍ୱେଶ୍ୱର ଟୁଡୁ ମନ୍ତ୍ରୀମଣ୍ଡଳରେ ସାମିଲ୍ ହୋଇଥିବାରୁ ପ୍ରତାପ ବାଦ ପଡିଲେ ବୋଲି ଆମେ କହି ପାରିବା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼