Masthead

୨୦୨୪ ପାଇଁ କଂଗ୍ରେସର ପ୍ରସ୍ତୁତି, ଆଜିଠୁ କଂଗ୍ରେସର ମହାଅଧିବେଶନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୨୦୨୪ ପାଇଁ କଂଗ୍ରେସର ପ୍ରସ୍ତୁତି । ଆଜିଠୁ ଛତିଶଗଡ଼ ରାୟପୁରରେ କଂଗ୍ରେସର ମହାଅଧିବେଶନ । ଛତିଶଗଡ଼ ରାୟପୁରରେ ଆୟୋଜିତ ହେଉଥିବା ଏହି ଅଧିବେଶନରେ ସାମିଲ ହେବେ ୧୮୨୫ରୁ ଅଧିକ ନିର୍ବାଚିତ କର୍ମକର୍ତ୍ତାଙ୍କ ସହ ପ୍ରାୟ ୧୫ ହଜାର ପ୍ରତିନିଧି । ସମାବେଶରେ ଯୋଗଦେବେ ସମସ୍ତ ପିସିସି ସଭାପତି, ପିସିସି କମିଟି ସଦସ୍ୟଙ୍କ ସମେତ ବହୁ ହେଭିଓ୍ବେଟ । ଏଆଇସିସି ସଭାପତି ଭାବେ ମଲ୍ଲିକାର୍ଜୁନ ଖଡ଼ଗେ ନିର୍ବାଚିତ ହେବା ପରେ ଏହା ହେବ ପ୍ରଥମ ମହାଧିବେଶନ ।

ଆସନ୍ତା ୨୬ ତାରିଖ ଯାଏ ଚାଲିବ ଅଧିବେଶନ । ଜାତୀୟ ରାଜନୀତି, ଅର୍ଥନୀତି, ଆନ୍ତର୍ଜାତିକ ବ୍ୟାପାର, କୃଷି, ସାମାଜିକ ନ୍ୟାୟ, ଯୁବ ସମସ୍ୟା, ଶିକ୍ଷା, ନିଯୁକ୍ତି ଆଦି ସମ୍ପର୍କରେ ଏହି ଅଧିବେଶନରେ ଆଲୋଚନା ହେବା ସହ ଗୃହିତ ହେବ ଅନେକ ପ୍ରସ୍ତାବ । ପ୍ରତି ୩ ବର୍ଷରେ ଥରେ କଂଗ୍ରେସ ପ୍ଲେନାରୀ ଅନୁଷ୍ଠିତ ହେଉଥିବା ବେଳେ, ଏହା ହେବ ୮୫ ତମ ଅଧିବେଶନ । ଏହାସହ ୨୦୨୪ ନିର୍ବାଚନ ପୂର୍ବରୁ ଏହା ହେବ ଶେଷ ଅଧିବେଶନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ