Masthead

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

ଦଶପଲ୍ଲା (ବଡ଼ ଖବର ବ୍ୟୁରୋ): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଶେଷ ହୋଇଛି ରଥ କାଟିବା ଅନୁକୂଳ ପୂଜା । ପ୍ରତି ବର୍ଷ ପରି ଏବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ରଥକାଠ ନିର୍ମାଣ ପାଇଁ ଗଣିଆର ବଡମୂଳ ଠାରେ ମହାନଦୀକୁ ସଂଯୋଗ କରିଥିବା ଖଳଖଳା ନାଳ ନିକଟରେ ଥିବା ବଡରାଉଳ ଠାକୁରାଣୀ ନିକଟରେ ନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋମ ଯଜ୍ଞ କରି ରଥ କାଠ ଅନୁକୂଳ ହୋଇଯାଇଛି । ବିଧି ଅନୁଯାୟୀ ପୁରୀ ମନ୍ଦିର ପ୍ରାଶାସନ ଆଜ୍ଞାମାଳ ନେଇ ଆସିଥିଲେ ।

ପ୍ରଥମେ ବେଠିଆସାହି ଜଗନ୍ନାଥ ନିକଟରେ ନିମନ୍ତ୍ରିତ କରି ବଡରାଉଳ ଠାରେ ପୂଜାପାଠ ସାରି ରଥକାଠ ଅନୁକୂଳ କାର୍ଯ୍ୟ ଆରମ୍ଭ ହୋଇଥିଲା । ବଡ଼ ଠାକୁରଙ୍କ ଆଜ୍ଞାମାଳ, ମାର୍ହାଦ ଓ ଲାଗି ଖଣ୍ଡୁଆ ଏବଂ ସରପୁଳି ଆଦି ଧରି ଶ୍ରୀମନ୍ଦିରର ୩ ଜଣିଆ ପ୍ରତିନିଧି ଦଳ ପହଞ୍ଚିବା ପରେ ରୀତିନୀତି ଅନୁସାରେ ମାଆଙ୍କ ନିକଟରେ ଲାଗି କରାଯାଇ ପୂଜା କାମ ଆରମ୍ଭ ହୋଇଥିଲା । ପୂଜା ପରେ କାଠ କାଟିବା ପାଇଁ ଅନୁମତି ମାଗି ପ୍ରତିନିଧି ଦଳ ପୁରୀ ଅଭିମୁଖେ ଯାଇଥିଲେ । ଆବାହାନ କାଳରୁ ଏଭଳି ପରମ୍ପରା ଅନୁଯାୟୀ ରଥଯାତ୍ରା ପାଇଁ ରଥ ନିର୍ମାଣ ପୂର୍ବରୁ ନୟାଗଡ଼ ବନଖଣ୍ଡ ଅଧୀନସ୍ଥ ଦଶପଲ୍ଲା ବନାଞ୍ଚଳରୁ ରଥକାଠ କାଟିବା ପାଇଁ ମାଆଙ୍କ ଅନୁମତି ନିଆଯାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର