ଭାରତ ମଣ୍ଡପମ୍‌ରେ ବିଶ୍ୱ ନେତା, ବସୁଧୈବ କୁଟୁମ୍ବକମ୍‌ ଥିମକୁ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତ ମଣ୍ଡପମ୍‌ରେ ବିଶ୍ୱ ନେତା । ବିଶ୍ୱନେତାଙ୍କୁ ଭବ୍ୟ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କିଛି ସମୟ ପରେ ଆରମ୍ଭ ହେବ ଜି୦୨୦ ଶିଖର ସମ୍ମିଳନୀ । ଏଥିପାଇଁ ପ୍ରସ୍ତୁତ ହୋଇଛି ଦିଲ୍ଲୀର ପ୍ରଗତି ମଇଦାନର କନଭେନସନ ସେଣ୍ଟର ଭାରତ ମଣ୍ଡପମ୍ । ଭାରତରେ ବିଶ୍ୱର ବଡ ବଡ ନେତା ପହଞ୍ଚିଛନ୍ତି । ବସୁଧୈବ କୁଟୁମ୍ବକମ୍ ଥିମକୁ ନେଇ ହେବ ଆଲୋଚନା । ଯାହାର ଅର୍ଥ ସମଗ୍ର ବିଶ୍ୱ ଗୋଟିଏ ପରିବାର ।

 

ଆଜି ପ୍ରଧାନମନ୍ତ୍ରୀ ମୋଦି ବ୍ରିଟେନ, ଚୀନ, ଜାପାନ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ସାମିଲ ହେବେ । ପ୍ରଥମେ ଦିନ ୧୦ଟା ୩୦ରେ ‘ୱାନ ଅର୍ଥ’ ଉପରେ ହେବ ଆଲୋଚନା । ଏହାପରେ ଦିନ ୧.୩୦ରେ ଦ୍ୱିପାକ୍ଷିକ ଆଲୋଚନାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୩ଟାରେ ଦ୍ୱିତୀୟ ଅଧିବେଶନ ‘ୱାନ ଫ୍ୟାମିଲି’ ଉପରେ ଆଲୋଚନା କରାଯିବ । ରାତି ୭ଟାରେ ରାତ୍ରି ଭୋଜନ ପାଇଁ ପହଞ୍ଚିବେ ଅତିଥି । ଜି-୨୦ ଶିଖର ସମ୍ମିଳନୀର ଆୟୋଜନ ପାଇଁ ଭାରତକୁ ପ୍ରଶଂସାର ସୁଅ ଛୁଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’