ଆଜି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ମ୍ୟାଚ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ବିଶ୍ୱ ଟେଷ୍ଟ ଚାମ୍ପିଆନସିପ୍ର ଫାଇନାଲ ମ୍ୟାଚ । ଭାରତ ଓ ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ଇଂଲଣ୍ଡର ସାଉଥମ୍ପଟନରେ ଖେଳାଯିବ ଫାଇନାଲ ମ୍ୟାଚ । ତେବେ ଏହି ମ୍ୟାଚକୁ କ୍ରିକେଟ ପ୍ରେମୀ ଆବେଗର ସହ ଚାହିଁ ରହିଥିଲେ । କାରଣ ଦୁଇବର୍ଷର ଲମ୍ବା ଲଢ଼େଇ ପରେ ହେବ ଫାଇନାଲ୍ ଟକ୍କର। ୨୦୧୯ ମସିହାରୁ ଆରମ୍ଭ ହୋଇଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପର ମେଗା ଫାଇନାଲ୍ ବିଶ୍ବର ଦୁଇ ଶ୍ରେଷ୍ଠ ଟେଷ୍ଟ୍ ଦଳ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଭାରତୀୟ କ୍ରିକେଟ୍ ଦଳ ତା’ର ଚର୍ଚ୍ଚିତ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ବରେ ପ୍ରଥମ ଆଇସିସି ଟ୍ରଫି ଜିତିବା ଲକ୍ଷ୍ୟରେ ରହିବ।

ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଆଇସିସି ପ୍ରତିଯୋଗିତାର ‘ଫାଇନାଲ୍’ ଦୁର୍ଭାଗ୍ୟକୁ ଦୂର କରିବା ଆଶାରେ ଓହ୍ଲାଇବ। କ୍ରିକେଟର ଲମ୍ବା ଫର୍ମାଟ ଟେଷ୍ଟ ଖେଳୁଥିବା ସମସ୍ତ ଦେଶ ପରସ୍ପର ମଧ୍ୟରେ ଘରୋଇ ମାଟିରେ ଓ ବିଦେଶରେ ମ୍ୟାଚ ଖେଳିଥିଲେ । ପରେ ଭାରତ ଓ ନ୍ୟୁଜିଲାଣ୍ଡ ସର୍ବାଧିକ ପଏଣ୍ଟ ଓ ବିଜୟ ପ୍ରତିଶତ ଆଧାରରେ ଫାଇନାଲରେ ପହଞ୍ଚିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’