Masthead

ଭାରତ ଫେରିବା ପରେ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜାପାନ ପାପୁଆ ନୁ୍ୟ ଗିନି ଓ ଅଷ୍ଟ୍ରେଲିଆର ଯାତ୍ରା ଶେଷ ପରେ ଆଜି ଦିଲ୍ଲୀ ଫେରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ପାଲନ ଏୟାରପୋର୍ଟରେ ତାଙ୍କର ଭବ୍ୟ ସ୍ୱାଗତ କରାଯାଇଛି । ଏହା ପରେ ପି ଏମ ମୋଦିଙ୍କୁ ସ୍ୱାଗତ କରିବାକୁ ଆସିଥିବା ବିଜେପି କର୍ମମତ୍ତା ମାନଙ୍କୁ ସଂବୋଧିତ କରିଥିଲେ । ସେ କହିଥିଲେ ଆଜି ଏଠାରେ ଯେଉଁ ଲୋକମାନେ ଉପସ୍ଥିତ ଅଛନ୍ତି ସେମାନେ ମୋଦିଙ୍କୁ ଭଲପାଉଥିବା ଲୋକ ନୁହନ୍ତି ସେମାନେ ଭାରତ ମା’କୁ ଭଲପାଉଥିବା ଲୋକ ଅଟନ୍ତି , ଏମାନେ ହିନ୍ଦୁସ୍ତାନକୁ ଭଲପାଉଥିବା ଲୋକ ଅଟନ୍ତି । ହିନ୍ଦୁସ୍ତାନ ର ନାମ ଆଲୋକିତ ହେବା ୧୪୦ କୋଟି ଦେଶବାସୀଙ୍କ ପାଇଁ ଗର୍ବ ଓ ଗୌରବର କଥା ।

ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆ ରେ ହୋଇଥିବା କାର୍ଯ୍ୟକ୍ରମ ସଂମ୍ବନ୍ଧରେ କହିବା ମଧ୍ୟରେ ଭାରତରେ ସଂସଦ ଭବନ ର ଉଦ୍ଘାଟନକୁ ବହିଷ୍କାର କରିଥିବା ପାର୍ଟୀ ମାନଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ପିଏମ କହିଥିଲେ ସିଡନିରେ ତାଙ୍କୁ ସୁଣିବା ପାଇଁ ୨୦,୦୦୦ ଲୋକ ଏକତ୍ରିତ ହୋଇଥିଲେ । ସେତିକି ନୁହେଁ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନସ୍ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଉପସ୍ଥିତ ଥିଲେ । ଏହା ବ୍ୟତିତ ଅଷ୍ଟ୍ରେଲିଆର ପୂର୍ବ ପିଏମ ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି ଏହି ଯାତ୍ରା ମଧ୍ୟରେ ତାଙ୍କୁ ଯେତିକି ସମୟ ମିଳିଥିଳା ସେ ପ୍ରତ୍ୟକ ମୁହୁର୍ତ୍ତକୁ ଦେଶର କଥା କହିବାରେ ଲଗାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି