Masthead

ପ୍ରିୟଙ୍କା ଗାନ୍ଧି ଭଦ୍ରା ଗିରଫ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଗିରଫ । ଗିରଫ କରିଛି ଉତ୍ତର ପ୍ରଦେଶ ପୋଲିସ । ସୋମବାର ସକାଳୁ ପ୍ରିୟଙ୍କା ରବିବାର ହିଂସାରେ ମୃତୁ ବରଣ କରିଥିବା ଚାଷୀ ପରିବାରକୁ ଭେଟିବା ପାଇଁ ଲଖିମପୁର ଖେରି ଯାଉଥିଲେ । ତେବେ ଏହି ସମୟରେ ପୋଲିସ ତାଙ୍କୁ ସୀତାପୁର ଠାରେ ଥିବା ଗେଷ୍ଟ ହାଉସରେ ଅଟକ କରିଥିଲା । ସୋମବାର ପୋଲିସ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଥିଲା । ଏ ସମ୍ପର୍କରେ କଂଗ୍ରେସ ନେତା ପି ଚିଦାମ୍ବରମ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ ପ୍ରୟଙ୍କା ଏବେ ଅସ୍ଥାୟୀ ଭାବେ ପୋଲିସ ସୀତାପୁର ଗେଷ୍ଟ ହାଉସରେ ଗିରଫ ରଖିଛି । କଂଗ୍ରେସ ନେତା ପି ଚିଦାମ୍ବରମ କହିଛନ୍ତି ଯେ ତାଙ୍କୁ ପ୍ରାୟ ୩୦ ଘଣ୍ଟାରୁ ଅଧିକ ହେବ ପୋଲିସ ତାଙ୍କୁ ବନ୍ଦି କରି ରଖିଛି । ମିଳିଥିବା ସୂଚନା ଅନୁଯାୟୀ, ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନାଁରେ ଆଇପିସିର ଧାରା ୧୫୧,୧୦୭,୧୧୬ ଅନୁଯାୟା ମାମଲା ରୁଜୁ ହୋଇଛି । ଗତ ୪ ତାରିଖରେ ପ୍ରିୟଙ୍କାଙ୍କୁ ଗିରଫ କରାଯାଇଥିଲା । ଅନ୍ୟପଟେ ପ୍ରିୟଙ୍କାଙ୍କୁ ୩୦ ଘଣ୍ଟାରୁ ଅଧିକ ସମୟ ଧରି ଗେଷ୍ଟ ହାଉସରେ ବନ୍ଦି କରି ରଖାଯାଇଥିବାର କଂଗ୍ରେସର କର୍ମୀମାନେ ଏହାକୁ ବିରୋଧ କରିଛନ୍ତି ।

ସୂଚନା ଅନୁଯାୟୀ, ରବିବାର ଉତ୍ତର ପ୍ରଦେଶ ଖେରିରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ସମୟରେ କେନ୍ଦମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର କୃଷକମାନଙ୍କ ଉପରେ ଗାଡି ଚଳାଇ ଦେଇଥିଲେ । ଫଳରେ ୪ ଜଣ କୃଷକ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଥିଲା । ଘଟଣା ପରେ ପ୍ରିୟଙ୍କାଙ୍କ ସମେତ କିଛି ରାଜନେତା ଚାଷୀଙ୍କ ପରିବାରକୁ ଭେଟିବା ପାଇଁ ବାହାରିଥିଲେ । କିନ୍ତୁ ତାଙ୍କୁ ବାଟରେ ପୋଲିସ ଅଟକ ରଖିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ