Masthead

ପ୍ରିୟଙ୍କା ଗାନ୍ଧି ଭଦ୍ରା ଗିରଫ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଗିରଫ । ଗିରଫ କରିଛି ଉତ୍ତର ପ୍ରଦେଶ ପୋଲିସ । ସୋମବାର ସକାଳୁ ପ୍ରିୟଙ୍କା ରବିବାର ହିଂସାରେ ମୃତୁ ବରଣ କରିଥିବା ଚାଷୀ ପରିବାରକୁ ଭେଟିବା ପାଇଁ ଲଖିମପୁର ଖେରି ଯାଉଥିଲେ । ତେବେ ଏହି ସମୟରେ ପୋଲିସ ତାଙ୍କୁ ସୀତାପୁର ଠାରେ ଥିବା ଗେଷ୍ଟ ହାଉସରେ ଅଟକ କରିଥିଲା । ସୋମବାର ପୋଲିସ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଥିଲା । ଏ ସମ୍ପର୍କରେ କଂଗ୍ରେସ ନେତା ପି ଚିଦାମ୍ବରମ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ ପ୍ରୟଙ୍କା ଏବେ ଅସ୍ଥାୟୀ ଭାବେ ପୋଲିସ ସୀତାପୁର ଗେଷ୍ଟ ହାଉସରେ ଗିରଫ ରଖିଛି । କଂଗ୍ରେସ ନେତା ପି ଚିଦାମ୍ବରମ କହିଛନ୍ତି ଯେ ତାଙ୍କୁ ପ୍ରାୟ ୩୦ ଘଣ୍ଟାରୁ ଅଧିକ ହେବ ପୋଲିସ ତାଙ୍କୁ ବନ୍ଦି କରି ରଖିଛି । ମିଳିଥିବା ସୂଚନା ଅନୁଯାୟୀ, ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନାଁରେ ଆଇପିସିର ଧାରା ୧୫୧,୧୦୭,୧୧୬ ଅନୁଯାୟା ମାମଲା ରୁଜୁ ହୋଇଛି । ଗତ ୪ ତାରିଖରେ ପ୍ରିୟଙ୍କାଙ୍କୁ ଗିରଫ କରାଯାଇଥିଲା । ଅନ୍ୟପଟେ ପ୍ରିୟଙ୍କାଙ୍କୁ ୩୦ ଘଣ୍ଟାରୁ ଅଧିକ ସମୟ ଧରି ଗେଷ୍ଟ ହାଉସରେ ବନ୍ଦି କରି ରଖାଯାଇଥିବାର କଂଗ୍ରେସର କର୍ମୀମାନେ ଏହାକୁ ବିରୋଧ କରିଛନ୍ତି ।

ସୂଚନା ଅନୁଯାୟୀ, ରବିବାର ଉତ୍ତର ପ୍ରଦେଶ ଖେରିରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ସମୟରେ କେନ୍ଦମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର କୃଷକମାନଙ୍କ ଉପରେ ଗାଡି ଚଳାଇ ଦେଇଥିଲେ । ଫଳରେ ୪ ଜଣ କୃଷକ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଥିଲା । ଘଟଣା ପରେ ପ୍ରିୟଙ୍କାଙ୍କ ସମେତ କିଛି ରାଜନେତା ଚାଷୀଙ୍କ ପରିବାରକୁ ଭେଟିବା ପାଇଁ ବାହାରିଥିଲେ । କିନ୍ତୁ ତାଙ୍କୁ ବାଟରେ ପୋଲିସ ଅଟକ ରଖିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ