Masthead

ଅଚାନକ ବ୍ୟାଙ୍କ ଆକାଉଣ୍ଟରେ ହଜାର ହଜାର ଟଙ୍କା, ବ୍ୟାଙ୍କରେ ଗ୍ରାହକଙ୍କ ଭିଡ

କେନ୍ଦ୍ରାପଡା(ବଡ଼ ଖବର ବ୍ୟୁରୋ): ଅଚାନକ ବ୍ୟାଙ୍କ ଆକାଉଣ୍ଟରେ ହଜାର ହଜାର ଟଙ୍କା ଡିପୋଜିଟ ହୋଇଥିବା ନେଇ ମୋବାଇଲକୁ ମେସେଜ ଆସିବା ପରେ ଆଜି ବ୍ୟାଙ୍କରେ ଗ୍ରାହକ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ଜଣେ ନୁହେଁ କି ଦୁଇ ଜଣ ନୁହେଁ ଶତାଧିକ ଲୋକଙ୍କ ଆକାଉଣ୍ଟକୁ ଆସିଥିଲା ଟଙ୍କା l ଦୁଇ ହଜାର ଟଙ୍କାଠୁ ଆରମ୍ଭ କରି ଦୁଇ ଲକ୍ଷ ପର‌୍ୟ୍ୟନ୍ତ ଆକାଉଣ୍ଟରେ ଟଙ୍କା ଡିପୋଜିଟ ହେବା ପରେ ଗ୍ରାହକ ମାନେ ଆଜି ସକାଳୁ ବ୍ୟାଙ୍କରେ ଭିଡ଼ ଲଗାଇ ଥିଲେ l

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆଳି ବାଟିପଡା ଗ୍ରାମ୍ୟବ୍ୟାଙ୍କ ଶାଖାରେ l ବ୍ୟାଙ୍କ ଅଧୀନରେ ଥିବା ବାଟିପଡା,ସହିରା, ନୂଆପଡା, ସାନମଙ୍ଗ ଭଳି ଆଖପାଖ ଅଞ୍ଚଳର ବ୍ୟାଙ୍କ ହିତାଧିକାରୀ ମାନେ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ କରିବା ସହିତ ଚେକିଙ୍ଗ କରିବାକୁ ଆସିଥିଲେ l ଲୋକଙ୍କ ଭିଡ଼କୁ ଲକ୍ଷ କରି ପଟ୍ଟାମୁଣ୍ଡାଇ ଏସଡିପିଓ ଓ ଆଳି ଆଇଆଇସି ବ୍ୟାଙ୍କରେ ପହଞ୍ଚି ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଥିଲେ l ବ୍ୟାଙ୍କ ପରିଚାଳକ ମଧ୍ୟ ଏକା ସଙ୍ଗେ ଏତେ ଗୁଡିଏ ଆକାଉଣ୍ଟକୁ କେଉଁଠୁ ଟଙ୍କା ଆସିଲା ତାହାକୁ ନେଇ ସନ୍ଦେହରେ ରହିଛନ୍ତି l

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ