Masthead

ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ସେ କହିଛନ୍ତି ମୋଦିଙ୍କ ଗ୍ୟାରେଣ୍ଟି ହେଉଛି ବେକାରୀର ଗ୍ୟାରେଣ୍ଟି । ପ୍ରିୟଙ୍କା କହିଛନ୍ତି ପରିସଂଖ୍ୟାନ ଅନୁଯାୟୀ ଦେଶରେ ପ୍ରାୟ ୩୦ ଲକ୍ଷ ସରକାରୀ ପଦବୀ ଖାଲି ଅଛି। ଆମର କୋଟି କୋଟି ଯୁବକ ଚାକିରିକୁ ଅପେକ୍ଷା କରିଛନ୍ତି । କିନ୍ତୁ ଗତ ୧୦ ବର୍ଷ ମଧ୍ୟରେ ବିଜେପି ସରକାର ଏହି ପଦବୀ ପୂରଣ ପାଇଁ କେବଳ କହିବା ବ୍ୟତୀତ ଆଉ କିଛି କରିନାହାଁନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ନିର୍ବାଚନରେ ପ୍ରଧାନମନ୍ତ୍ରୀ ଗ୍ୟାରେଣ୍ଟି ଦିଅନ୍ତି। ମୋଦୀଙ୍କ ଗ୍ୟାରେଣ୍ଟି ହେଉଛି ବେକାରୀର ଗ୍ୟାରେଣ୍ଟି। ୨୦୨୨ ଜୁଲାଇରେ ସରକାର ସଂସଦକୁ ସୂଚନା ଦେଇଥିଲେ ଯେ ୮ ବର୍ଷରେ ୨୨ କୋଟି ଯୁବକ ଚାକିରି ପାଇଁ ଆବେଦନ କରିଥିଲେ ।

କିନ୍ତୁ କେବଳ ୭ ଲକ୍ଷ ଯୁବକ ଚାକିରି ପାଇଥିଲେ। ଏହାର ଅର୍ଥ ହେଉଛି ପ୍ରାୟ ୨୧.୯୩ କୋଟି ଯୋଗ୍ୟ ଯୁବକ ବେକାର ରହିଛନ୍ତି। ବାର୍ଷିକ ୨ କୋଟି ଚାକିରିର ପ୍ରତିଶୃତି ଦେଇଥିବା ବିଜେପି ସରକାର ଚାକିରି ଯୋଗାଇ ପାରିନାହିଁ କି ନୂଆ ଚାକିରି ସୃଷ୍ଟି କରିପାରି ନାହିଁ ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ