Masthead

ରିୟଲ ହିରୋ ଯବାନ, ଗର୍ଭବତୀ ମହିଳାଙ୍କୁ ଦେଲେ ନୂଆ ଜୀବନ

ଜମ୍ମୁ-କାଶ୍ମୀର (ବଡ଼ ଖବର ବ୍ୟୁରୋ): ଦେଶର ରିୟଲ ହିରୋ..ଯବାନ । ପ୍ରବଳ ତୁଷାରପାତରେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କଲେ ସେନା । ଜାମ୍ମୁ କାଶ୍ମୀରର କୁପୱାରାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପ୍ରବଳ ତୁଷାରପାତ ହେଉଥିବା ବେଳେ ସାହସର ସହ ଜଣେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଯବାନ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା ପାଇଁ ଗର୍ଭବତୀ ମହିଳା ଏକ ନୂଆ ଜୀବନ ପାଇଛନ୍ତି ।

ଭିଲଗ୍ରାମ ଆର୍ମି କ୍ୟାମ୍ପର ଯବାନମାନେ ଗର୍ଭବତୀ ମହିଳାଙ୍କୁ ଦେଇଛନ୍ତି ନୂଆ ଜୀବନ । ସୂଚନା ଅନୁସାରେ, ରାତ୍ରି ପ୍ରାୟ ୧୦.୪୦ ସମୟରେ ଭିଲଗାମ ଅଞ୍ଚଳରେ ଥିବା ଆର୍ମି କ୍ୟାମ୍ପକୁ ଏକ କଲ୍ ଆସିଥିଲା । ପ୍ରବଳ ତୁଷାରପାତ ମଧ୍ୟ ଜଣେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବା ସହ ମେଡିକାଲ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଫୋନରେ କେହି ଜଣେ ଯବାନଙ୍କୁ ଅନୁରୋଧ କରିଥିଲେ ।

ତେବେ ଗତ ୨ ଦିନରୁ ପ୍ରବଳ ତୁଷାରପାତ ଯୋଗୁଁ ଖନବଲରୁ ପିଏଚସି ଭିଲଗାମ ପର୍ଯ୍ୟନ୍ତ ରାସ୍ତା ବରଫରେ ଆଚ୍ଛାଦିତ ହୋଇଥିଲା । କିନ୍ତୁ ଏସବୁ ବାଧାବିଘ୍ନକୁ ଅତିକ୍ରମ କରି କକ୍ରୋସା ଆର୍ମି କ୍ୟାମ୍ପ ସଫଳତାର ସହ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିଛନ୍ତି । ପ୍ରବଳ ତୁଷାରପାତ ମଧ୍ୟରେ ନିଜ ଜୀବନକୁ ବାଜି ଲଗାଇ ଯବାନମାନେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’