Masthead

ବିଧାୟକଙ୍କୁ ବିରୋଧ…ଗୋଟେ ପଟେ ବାଇକ ରାଲି, ଅନ୍ୟପଟେ ଶପଥ ପାଠ

ସୋର (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ବିଜେଡିରେ ଗୋଷ୍ଠୀକନ୍ଦଳ । ଗୋଟିଏ ଦିନରେ ୨ଟି ପଦଯାତ୍ର । ବିଧାୟକ ପର୍ଶୁରାମ ଧଡାଙ୍କୁ ହରାଇବା ପାଇଁ ଅସନ୍ତୁଷ୍ଟ କର୍ମୀଙ୍କ ପଦଯାତ୍ର ଓ ବାଇକ ରାଲି କରିଥିବା ବେଳେ ଅନ୍ୟପଟେ ପର୍ଶୁରାମଙ୍କ ସମର୍ଥକମାନେ ତାଙ୍କୁ ଜିତାଇବା ପାଇଁ ସମର୍ଥକଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । କିଛି ଦିନ ପୂର୍ବରୁ କେନ୍ଦୁଝରରେ ମଧ୍ୟ ପର୍ଶୁରାମ ଧଡାଙ୍କୁ ବିରୋଧ କରାଯାଇଥିବା ଦେଖିବାକୁ ମିଳିଥିଲା । ୧୨ ତାରିଖରେ ଘଟଗାଁ ତାରିଣୀ ମନ୍ଦିରରେ ବିଧାୟକଙ୍କୁ ବିରୋଧ କରି ତାଙ୍କୁ ଆଗାମୀ ନିର୍ବାଚନରେ ହରାଇବା ପାଇଁ ଶପଥ ପାଠ କରାଇଥିଲେ ।

ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତେ ଜୋର ଧରୁଛି । ବିଧାୟକଙ୍କୁ ବିରୋଧ କରି ଗୋଟେପଟେ ବାଇକ ରାଲି ଅନ୍ୟପଟେ ମନ୍ଦିରରେ ଦୀପଦାନ । ବିଧାୟକ ପର୍ଶୁରାମଙ୍କର ସମର୍ଥକ ମାନେ ହଜାର ହଜାର ସଂଖ୍ୟାରେ ସୋର ରେଳ ଷ୍ଟେସନ ନିକଟରୁ ଏକ ବାଇକରାଲି ବାହାରି ସୋର ବ୍ଲକ ସାଜନପୁର ପଞ୍ଚାୟତ ଶିରାପୁର ଠାରେ ଥିବା ମାଆ ଦାଣ୍ଡଖେଳାଇ ମନ୍ଦିରରେ ବିଧାୟକଙ୍କ ପାଇଁ ପୂଜାର୍ଚନା କରିଥିଲେ ।

ଏଥିସହିତ ବିଧାୟକ ଓ ମୁଖ୍ୟମନ୍ତ୍ରୀଙ୍କର ଦୀର୍ଘାୟୁ କାମନା କରିବା ସହିତ ଆଗାମୀ ନିର୍ବାଚନରେ ଓଡ଼ିଶାରେ ବିଜେଡି ସରକାର ଓ ସୋରରେ ପର୍ଶୁରାମ ଧଡ଼ା ତୃତୀୟ ଥର ପାଇଁ ବିଧାୟକ ଭାବେ ବିଜୟ ଲାଭ କରିବା ପାଇଁ ସମର୍ଥକ ମାନେ ଶିରାପୁର ସ୍ଥିତ ଦାଣ୍ଡ ଖେଳାଇ ମନ୍ଦିରରେ ଚଣ୍ଡୀ ପାଠ ଦୀପଦାନ ଓ ଶପଥ ପାଠ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର