Masthead

ବ୍ଲକ ସାମ୍ନାରେ ମହିଳାଙ୍କ ଧାରଣା

ବଡ଼ଚଣା (ବଡ଼ ଖବର ବ୍ୟୁରୋ): ଦୁର୍ନୀତିର ଚରମସୀମାରେ ବଡ଼ଚଣା ବ୍ଲକ। ପଞ୍ଚାୟତ ସ୍ତରୀୟ MBK,CRP,BANK MITRA ବିଜ୍ଞାପନକୁ ରଦ୍ଦ କରିବା ପାଇଁ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସମ୍ମୁଖରେ ଏକାଧିକ ମହିଳା ଧାରଣା ଦେଇଛନ୍ତି । ନିଯୁକ୍ତିରେ ସ୍ୱଚ୍ଛତା ଆଣିବା ପାଇଁ ଦାବି କରିବା ସହ ଦଳୀୟ ଭିତ୍ତିକ ନିଯୁକ୍ତିକୁ ନେଇ ମହିଳା ମାନେ ତୀବ୍ର ପ୍ରତିବାଦ କରି ବ୍ଲକ ପ୍ରଶାସନ ନିକଟରେ ଦାବି ଜଣାଇଥିଲେ।

ବଡ଼ଚଣା ମଣ୍ଡଳ ଅଧିକାରୀ ଏ ବିଷୟରେ ତଦନ୍ତ କରିବେ ଏବଂ ପ୍ରକୁତ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବେ ବୋଲି ପ୍ରତିଶୃତି ଦେବା ପରେ ମହିଳା ମାନେ ଧାରଣାରୁ ଉଠିଥିଲେ । ବଡ଼ଚଣା ବ୍ଲକର ପ୍ରତ୍ୟେକ ପଂଚାୟତରୁ ଏକାଠି ଆସି ପ୍ରତିବାଦ ଜଣାଇଥିଲେ ।ଆଗାମୀ ଦିନରେ ଯଦି ଯୋଗ୍ୟ ପ୍ରାର୍ଥୀ ଚୟନ ନ ହୁଏ, ତେବେ ବ୍ଲକ ଘେରାଉ କରିବେ ବୋଲି ଚେତାବନୀ ଦେଇଥିଲେ । ଏହି ପ୍ରତିବାଦ ସଭାରେ ରାଜ୍ୟ ବିଜେପି ସମ୍ପାଦିକା ଦେବଯାନୀ ପ୍ରଧାନ ଯୋଗ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ