Masthead

ବଳାତ୍କାର ପରେ ହତ୍ୟା -ନ୍ୟାୟ ପାଇଁ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ

ଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସିଭିଲ ଡିଫେନ୍ସରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ବଳାତ୍କାର କରି ନିର୍ମମ ଭାବରେ ହତ୍ୟା କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ହରିଆଣାର ସୁରଜକୁଣ୍ଡ ଠାରେ ଦେଖିବାକୁ ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ରାଜଧାନୀ ଦିଲ୍ଲୀରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ଏନେଇ ଜାମା ମସଜିଦ ସମ୍ମୁଖରେ ଓଗଓଗର କାର୍ଯ୍ୟକର୍ତ୍ତାମାନେ ବିରୋଧ ପ୍ରଦର୍ଶନ କରିଥିଲେ । ତେବେ ସମ୍ପୃକ୍ତ ମହିଳା ଜଣଙ୍କ ସଂଖ୍ୟାଲଘୁ ସମୁଦାୟରୁ ହୋଇଥିବାରୁ ଦିଲ୍ଲୀ ସରକାରଙ୍କ ବିରୁଦ୍ଧରେ ଉତକ୍ଷିପ୍ତ ଲୋକେ ବିରୋଧ ପ୍ରଦର୍ଶନ କରିଛନ୍ତି ।

ଏପରିକି ସମସ୍ତ ଘଟଣାକୁ ଜାଣି ମଧ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି ବୋଲି ଆରୋପ ଲଗାଇଛନ୍ତି । ଦିଲ୍ଲୀରେ ଅଳ୍ପ ସଂଖ୍ୟକକୁ ଅଣଦେଖା କରୁଥିବା ବେଳେ ଅନ୍ୟ ଲୋକମାନଙ୍କୁ ଟଙ୍କା ବାଣ୍ଟୁଥିବାର ଅଭିଯୋଗ ମଧ୍ୟ କରିଛନ୍ତି ଉତକ୍ଷିପ୍ତ ଲୋକେ । କେବଳ ଏତିକି ନୁହେଁ ବରଂ ପୀଡ଼ିତାଙ୍କୁ ଦିଆଯାଇଥିବା ସହୟତା ରାଶି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ତେବେ ଅନ୍ୟ ସମୁଦାୟର ପୀଡିତାମାନଙ୍କୁ ରାଜ୍ୟ ସରକାର ଏକ କୋଟି ଟଙ୍କାର ସହାୟତା ରାଶି ଦେଉଥିବା ବେଳେ ବିଶେଷ ସମୁଦାୟର ଲୋକମାନଙ୍କୁ କାହିିଁକି ୧୦ ଲକ୍ଷ ଟଙ୍କା ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ଏ ଘଟଣାଟି ସାମ୍ନାକୁ ଆସିବା ପରେ ଦିଲ୍ଲୀ ନୁହେଁ ବରଂ ସାରା ଦେଶରେ ପୀଡିତାକୁ ନ୍ୟାୟ ଦେବାର ଦାବି ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ