Masthead

ମୂର୍ତ୍ତି ଓ ମା’ଙ୍କ ପୂଜାକୁ ନେଇ ପ୍ରତିବାଦ

କଟକ (ବଡ଼ ଖବର ବ୍ୟୁରୋ): କଟକରେ ୪ ଫୁଟର ମୂର୍ତ୍ତି ଓ ପରଦା ଆଢୁଆଳରେ ମା’ଙ୍କ ପୂଜାକୁ ନେଇ ପ୍ରତିବାଦ । କରୋନା ମହାମାରୀ ପାଇଁ ଦୁଇବର୍ଷ ହେବ ଓଡ଼ିଶା ପ୍ରସିଦ୍ଧ କଟକ ଦଶହରା ଫିକା ପଡିଛି । ସରକାରଙ୍କ ନିୟମ ଅନୁଯାୟୀ ୪ ଫୁଟର ମୂର୍ତ୍ତି ନିର୍ମାଣ ଓ ପୂଜା ମଣ୍ଡପରେ ୭ ଜଣଙ୍କୁ ନେଇ ପରଦା ଆଢୁଆଳରେ ମା’ଙ୍କ ପୂଜା କରାଯିବା ପାଇଁ ଅନୁମତି ମିଳିଛି । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସହରବାସୀ ।

ତିନିଦିନ ତଳେ ବାରବାଟୀ ବିଧାୟକ ମହମ୍ମଦ ମୋକିକ୍ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି ଯେ ପୂର୍ବରୁ ଯେମିତି ମୂର୍ତ୍ତି ନିର୍ମାଣ ହେଉଥିଲା ସେମିତି ହେବା ସହ ଭକ୍ତମାନଙ୍କୁ ମା’ଙ୍କ ଦର୍ଶନର ସୁଯୋଗ ଦିଆଯାଉ । ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଆଜି କଟକ ସହରର କିଛି ସାମାଜିକ ସଂଗଠନ ମଧ୍ୟ ରାଜରାସ୍ତାକୁ ଓହ୍ଲାଇଛି । କଟକରେ ୪ ଫୁଟର ମୂର୍ତ୍ତି ଓ ପରଦା ପଛପଟେ ପୂଜା କରାଯିବା ନିୟମକୁ ବିରୋଧ କରିଛନ୍ତି ।

ସାମାଜିକ ସଂଗଠନ ବାଦାମବାଡି ଛକ ନିକଟରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସରକାରଙ୍କ ଏହି ନିୟମକୁ ଖୋଲାଖୋଲି ବିରୋଧ କରିଛନ୍ତି । କଟକ ସହରର ଭାଇଚାର ଓ ପରମ୍ପରା ଐତିହ୍ୟକୁ ସରକାର ବୁଡେଇ ଦେବାକୁ ବସିଛନ୍ତି । ଯାହାକି ଏହା କେବେ କରିବାକୁ ଦେବୁ ନାହିଁ ବୋଲି ପ୍ରତିବାଦକାରୀମାନେ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା