Masthead

ଶବ ସତ୍କାର ପାଇଁ ମଶାଣିରେ ମିଳୁନି ଜାଗା

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଶବ ସତ୍କାର ପାଇଁ ମଶାଣିରେ ମିଳୁନି ଜାଗା । ଶବଦାହକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଲାଗିରହିଛି ବାଦବିବାଦ । ୨୪ ଘଣ୍ଟାରୁ ଅଧିକ ଦାଣ୍ଡରେ ପଡିରହିଛି ଶବ । ଗତକାଲି ଚାଲାଣଗୁଡା ପଞ୍ଚାୟତ ଡଡିଗୁଡା ଗାଁର ଘଟିଛି ଏଭଳି ଅଘଟଣ । ମୃତକ ପାଣ୍ଡୁ ମାଡକାମିଙ୍କୁ ଗ୍ରାମବାସୀ ମାଶାଣିରେ ସତ୍କାର କରିବାକୁ ମନା କରିବାରୁ ଆରମ୍ଭ ହୋଇଥିଲା ବିବାଦ । ଗାଁରେ ପ୍ରାୟ ୯୦ଟି କୋୟା ଆଦିବାସୀ ପରିବାର ବସବାସ କରନ୍ତି । ସମସ୍ତେ ହିନ୍ଦୁ ଧର୍ମାବଲମ୍ବୀ । ପାଣ୍ଡୁ ମାଡକାମିଙ୍କ ପରିବାର କିଛିଦିନ ତଳେ ଧର୍ମ ପରିବର୍ତ୍ତନ କରିଥିଲେ । ଗାଁ ଲୋକେ ହିନ୍ଦୁ ମଶାଣିରେ ତାଙ୍କର ଶବ ସତ୍କାର କରିବାକୁ ରୋକଠୋକ୍ ମନା କରିଥିଲେ । ଏହାକୁ ନେଇ ସାରାଦିନ ଗାଁରେ ଉତ୍ତେଜନା ଲାଗି ରହିଥିଲା । ମାଲକାନଗିରି ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ନିଷ୍କର୍ଷ ବାହାରିନଥିଲା । ବାଧ୍ୟ ହୋଇ ରାତିରେ ମାଲକାନଗିରି ତହସିଲଦାର ଗାଁରେ ପହଞ୍ଚି ସଭା କରିଥିଲେ । ସଭାରେ ମୃତକଙ୍କ ପରିବାର ଲୋକେ ନିଜ ଜମିରେ ସତ୍କାର କରିବାକୁ ଅନୁମତି ମାଗିଥିଲେ । ତଥାପି ଗାଁ ଲୋକେ ରାଜି ହୋଇନଥିଲେ । ଗାଁ ଲୋକଙ୍କ ଗୋଟିଏ ଜିଦ୍ ଥିଲା ଶବକୁ ଗାଁ ବାହାରେ ସତ୍କାର କରାଯାଉ । ମାତ୍ର ରାଜି ହୋଇନଥିଲେ ମୃତକଙ୍କ ପରିବାର । ବର୍ତ୍ତମାନ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଗାଁକୁ ଜଗି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ