Masthead

ଟିକା ପାଇଁ ଜନସ୍ୱାର୍ଥ ମାମଲା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଟିକା ପାଇଁ ବମ୍ବେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରାଯାଇଛି। ୭୫ ବର୍ଷରୁ ଅଧିକ ବୟସ୍କ ଏବଂ ଭିନ୍ନକ୍ଷମ କିମ୍ବା ଶଯ୍ୟାଶାୟୀ ଲୋକଙ୍କୁ କୋଭିଡ -୧୯ ଟିକା ଡୋର ଟୁ ଡୋର ଯୋଗାଇବା ପାଇଁ କେନ୍ଦ୍ର ସରକାର, ମହାରାଷ୍ଟ୍ର ସରକାର ଏବଂ ବିଏମସିକୁ ଅନୁରୋଧ କରାଯାଇଛି । ଆଡଭୋକେଟ ଧ୍ରିତୀ କାପଡିଆ ଏବଂ କୁନାଲ ତିୱାରୀଙ୍କ ଦ୍ଵାରା ଶୁକ୍ରବାର ଦାଖଲ ହୋଇଥିବା ଏକ ପିଟିସନରେ କୁହାଯାଇଛି କେନ୍ଦ୍ର ସରକାର ଡୋର ଟୁ ଡୋର ଟିକାକରଣ ଆରମ୍ଭ କରିବା ଆବଶ୍ୟକ । ବରିଷ୍ଠ ନାଗରିକ ତଥା ବିଶେଷ ଭାବରେ ଭିନ୍ନକ୍ଷମ (ଉଭୟ ଶାରୀରିକ ଏବଂ ମାନସିକ) ନାଗରିକ ନିଜ ଘର ଛାଡି ଯାଇପାରୁ ନାହାନ୍ତି। ଯାହାଫଳରେ ଟିକା ନେବାକୁ ଅସୁବିଧା ହେଉଛି। ଏଥିରେ ଦର୍ଶାଯାଇଛି ଡୋର ଟୁ ଡୋର ଟିକା ଯୋଗାଇବା ପାଇଁ ଅଧିକାରୀମାନେ ପ୍ରାୟ ୫୦୦ ଟଙ୍କା ଶୁଳ୍କ ଠିକ କରିପାରିବେ।

ଆବେଦନକାରୀମାନେ ବିଏମସି ଦ୍ୱାରା ରାଜ୍ୟ ସରକାରଙ୍କୁ ଲେଖିଥିବା ଏକ ଚିଠିକୁ ଦର୍ଶାଇ ମୁମ୍ବାଇରେ ଟିକାକରଣ ଅଭିଯାନର ଡୋର ଟୁ ଡୋର ପାଇଁ ଅନୁମତି ମାଗିଛନ୍ତି। କୋଭିଡ -୧୯ ପାଇଁ ଡୋର ଟୁ ଡୋର ଟିକାକରଣ ପାଇଁ କୌଣସି ନୀତି ନାହିଁ ବୋଲି ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଆସନ୍ତା ସପ୍ତାହରେ ପ୍ରଧାନ ବିଚାରପତି ଦୀପଙ୍କର ଦତ୍ତା ଏବଂ ଜଜ୍ ଜିଏସ କୁଲକର୍ଣ୍ଣିଙ୍କ ଏକ ବେଞ୍ଚ ଶୁଣାଣି କରିବାର ସମ୍ଭାବନା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ