Masthead

ଟିକା ପାଇଁ ଜନସ୍ୱାର୍ଥ ମାମଲା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଟିକା ପାଇଁ ବମ୍ବେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରାଯାଇଛି। ୭୫ ବର୍ଷରୁ ଅଧିକ ବୟସ୍କ ଏବଂ ଭିନ୍ନକ୍ଷମ କିମ୍ବା ଶଯ୍ୟାଶାୟୀ ଲୋକଙ୍କୁ କୋଭିଡ -୧୯ ଟିକା ଡୋର ଟୁ ଡୋର ଯୋଗାଇବା ପାଇଁ କେନ୍ଦ୍ର ସରକାର, ମହାରାଷ୍ଟ୍ର ସରକାର ଏବଂ ବିଏମସିକୁ ଅନୁରୋଧ କରାଯାଇଛି । ଆଡଭୋକେଟ ଧ୍ରିତୀ କାପଡିଆ ଏବଂ କୁନାଲ ତିୱାରୀଙ୍କ ଦ୍ଵାରା ଶୁକ୍ରବାର ଦାଖଲ ହୋଇଥିବା ଏକ ପିଟିସନରେ କୁହାଯାଇଛି କେନ୍ଦ୍ର ସରକାର ଡୋର ଟୁ ଡୋର ଟିକାକରଣ ଆରମ୍ଭ କରିବା ଆବଶ୍ୟକ । ବରିଷ୍ଠ ନାଗରିକ ତଥା ବିଶେଷ ଭାବରେ ଭିନ୍ନକ୍ଷମ (ଉଭୟ ଶାରୀରିକ ଏବଂ ମାନସିକ) ନାଗରିକ ନିଜ ଘର ଛାଡି ଯାଇପାରୁ ନାହାନ୍ତି। ଯାହାଫଳରେ ଟିକା ନେବାକୁ ଅସୁବିଧା ହେଉଛି। ଏଥିରେ ଦର୍ଶାଯାଇଛି ଡୋର ଟୁ ଡୋର ଟିକା ଯୋଗାଇବା ପାଇଁ ଅଧିକାରୀମାନେ ପ୍ରାୟ ୫୦୦ ଟଙ୍କା ଶୁଳ୍କ ଠିକ କରିପାରିବେ।

ଆବେଦନକାରୀମାନେ ବିଏମସି ଦ୍ୱାରା ରାଜ୍ୟ ସରକାରଙ୍କୁ ଲେଖିଥିବା ଏକ ଚିଠିକୁ ଦର୍ଶାଇ ମୁମ୍ବାଇରେ ଟିକାକରଣ ଅଭିଯାନର ଡୋର ଟୁ ଡୋର ପାଇଁ ଅନୁମତି ମାଗିଛନ୍ତି। କୋଭିଡ -୧୯ ପାଇଁ ଡୋର ଟୁ ଡୋର ଟିକାକରଣ ପାଇଁ କୌଣସି ନୀତି ନାହିଁ ବୋଲି ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଆସନ୍ତା ସପ୍ତାହରେ ପ୍ରଧାନ ବିଚାରପତି ଦୀପଙ୍କର ଦତ୍ତା ଏବଂ ଜଜ୍ ଜିଏସ କୁଲକର୍ଣ୍ଣିଙ୍କ ଏକ ବେଞ୍ଚ ଶୁଣାଣି କରିବାର ସମ୍ଭାବନା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ