Before Header

ପ୍ରଶାନ୍ତ କିଶୋରଙ୍କୁ ନେଇ ସୋନିଆ ଗାନ୍ଧୀ ନେବେ ଶେଷ ନିଷ୍ପତି

0 53

ନୁଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):    କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରଣନୀତିଜ୍ଞ ପଶାନ୍ତ କିଶୋରଙ୍କୁ ନେଇ ଏକ ବଡ ନିଷ୍ପତି ନେବେ । ସେ କଂଗ୍ରେସରେ ଯୋଗ ଦେବେ କି ନାହିଁ ଏ ନେଇ ନିଜର ମନ୍ତବ୍ୟ ଶୁଣାଇବେ । ଏହି ପ୍ରସଙ୍ଗକୁ ନେଇ ସୋନିଆ ଗାନ୍ଧୀ ଅନେକ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି । ତେବେ ପୂର୍ବରୁ କିଛି ବରିଷ୍ଠ ନେତା କଂଗ୍ରେସରେ ପ୍ରଶାନ୍ତ କିଶୋରଙ୍କୁ ସାମିଲ କରିବା ନେଇ ବିରୋଧ କରିଥିଲେ ତ ଆଉ କିଛି ତାଙ୍କୁ ସର୍ମଥନ କରିଥିଲେ । ହେଲେ ବର୍ତ୍ତମାନ ଶେଷ ନିଷ୍ପତି ସୋନିଆ ନେବେ ବୋଲି ଜଣାପଡିଛି।

ସୂଚନା ଅନୁଯାଇ ନିକଟରେ କିଶୋର ତୃଣମୂଳ କଂଗ୍ରେସ ସହ କାମ କରିଛନ୍ତି । ସେ ନିର୍ବାଚନ ସମ୍ବନ୍ଧୀୟ ପ୍ରସଙ୍ଗରେ ସମ୍ପୂଣ୍ଣ ର୍ ଭୂମିକା ଓ ନିଷ୍ପତି ଅଧିକାର ଚାହୁଁଛନ୍ତି ,ତେଣୁ ଦଳର ନେତାମାନେ ପ୍ରାର୍ଥୀ ଚୟନରେ ଜଣେ ବ୍ୟକ୍ତିଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦେବାକୁ ବିରୋଧ କରୁଛନ୍ତି । ମିଳିଥିବା ସୂଚନା ଅନୁଯାଇ,ପ୍ରଶାନ୍ତ କିଶୋର ଅନେକ ଥର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟି ସାରିଲେଣି । ଏହି ଦେଖାସାକ୍ଷାତରେ ଉଭୟ ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ସମେତ ଅନ୍ୟ କେତେକ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ପୂନରଉଦ୍ଧାର ଉପରେ ଆଲୋଚନା କରିଛନ୍ତି ।ତେବେ ଏହି ଆଲୋଚନା ପରେ ପ୍ରଶାନ୍ତ କିଶୋରଙ୍କୁ ଦଳରେ ପ୍ରବେଶ ନମନ୍ତେ ନେତାମାନଙ୍କ ମତାମତ ଲୋଡୁଛନ୍ତି । ସେପଟେ କିଶୋର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟିଛନ୍ତି । ସୂଚନା ଅନୁଯାଇ ପ୍ରଶାନ୍ତ କିଶୋର କଂଗ୍ରେସରେ ମଶିବା ନେଇ ସମ୍ଭାବନା ରହିଛି ।

Leave A Reply

Your email address will not be published.