Masthead

ପ୍ରଶାନ୍ତ କିଶୋରଙ୍କୁ ନେଇ ସୋନିଆ ଗାନ୍ଧୀ ନେବେ ଶେଷ ନିଷ୍ପତି

ନୁଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):    କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରଣନୀତିଜ୍ଞ ପଶାନ୍ତ କିଶୋରଙ୍କୁ ନେଇ ଏକ ବଡ ନିଷ୍ପତି ନେବେ । ସେ କଂଗ୍ରେସରେ ଯୋଗ ଦେବେ କି ନାହିଁ ଏ ନେଇ ନିଜର ମନ୍ତବ୍ୟ ଶୁଣାଇବେ । ଏହି ପ୍ରସଙ୍ଗକୁ ନେଇ ସୋନିଆ ଗାନ୍ଧୀ ଅନେକ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି । ତେବେ ପୂର୍ବରୁ କିଛି ବରିଷ୍ଠ ନେତା କଂଗ୍ରେସରେ ପ୍ରଶାନ୍ତ କିଶୋରଙ୍କୁ ସାମିଲ କରିବା ନେଇ ବିରୋଧ କରିଥିଲେ ତ ଆଉ କିଛି ତାଙ୍କୁ ସର୍ମଥନ କରିଥିଲେ । ହେଲେ ବର୍ତ୍ତମାନ ଶେଷ ନିଷ୍ପତି ସୋନିଆ ନେବେ ବୋଲି ଜଣାପଡିଛି।

ସୂଚନା ଅନୁଯାଇ ନିକଟରେ କିଶୋର ତୃଣମୂଳ କଂଗ୍ରେସ ସହ କାମ କରିଛନ୍ତି । ସେ ନିର୍ବାଚନ ସମ୍ବନ୍ଧୀୟ ପ୍ରସଙ୍ଗରେ ସମ୍ପୂଣ୍ଣ ର୍ ଭୂମିକା ଓ ନିଷ୍ପତି ଅଧିକାର ଚାହୁଁଛନ୍ତି ,ତେଣୁ ଦଳର ନେତାମାନେ ପ୍ରାର୍ଥୀ ଚୟନରେ ଜଣେ ବ୍ୟକ୍ତିଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦେବାକୁ ବିରୋଧ କରୁଛନ୍ତି । ମିଳିଥିବା ସୂଚନା ଅନୁଯାଇ,ପ୍ରଶାନ୍ତ କିଶୋର ଅନେକ ଥର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟି ସାରିଲେଣି । ଏହି ଦେଖାସାକ୍ଷାତରେ ଉଭୟ ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ସମେତ ଅନ୍ୟ କେତେକ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ପୂନରଉଦ୍ଧାର ଉପରେ ଆଲୋଚନା କରିଛନ୍ତି ।ତେବେ ଏହି ଆଲୋଚନା ପରେ ପ୍ରଶାନ୍ତ କିଶୋରଙ୍କୁ ଦଳରେ ପ୍ରବେଶ ନମନ୍ତେ ନେତାମାନଙ୍କ ମତାମତ ଲୋଡୁଛନ୍ତି । ସେପଟେ କିଶୋର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟିଛନ୍ତି । ସୂଚନା ଅନୁଯାଇ ପ୍ରଶାନ୍ତ କିଶୋର କଂଗ୍ରେସରେ ମଶିବା ନେଇ ସମ୍ଭାବନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା