Before Header

ଚର୍ଚ୍ଚାରେ ମୁକେଶ ଅମ୍ବାନୀ

0 18

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ପୁଣି ଚର୍ଚ୍ଚାରେ । ଏଥର ଟଙ୍କା ପାଇଁ ନୁହେଁ ବରଂ ନିଜର ଜୀବନ ଶୈଳୀକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅମ୍ବାନୀ । ସେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ଥିବା ସହିତ ବିଶ୍ୱର ୧୧ ତମ ଧନୀ ଲିଷ୍ଟରେ ଅଛନ୍ତି । ଏହା ମଧ୍ୟରେ ମୁକେଶ ଅମ୍ବାନୀ ୫୯୨ କୋଟି ଟଙ୍କା ବ୍ୟୟରେ ଲଣ୍ଡନର ଷ୍ଟୋକ ପାର୍କରେ ୩୦୦ ଏକର ଜମି କିଣିଛନ୍ତି । ଏହି ରିସୋର୍ଟରେ ୪୯ଟି ଶୟନ କକ୍ଷ ରହିବା ସହ ସଂପୂର୍ଣ୍ଣ ଭାବରେ ମେଡିକାଲର ବ୍ୟବସ୍ଥା ରହିଛି । ବର୍କିଙ୍ଗହାମଶାୟାରର ଷ୍ଟୋକ ପାର୍କ ନିକଟରେ ଅମ୍ବାନୀ ଏହି ଜମି କିଣିଥିବାର ସୂଚନା ମିଳିଛି । ଏହି ସମ୍ପତ୍ତି ରିଲାଏନ୍ସ ଗ୍ରୁପର କମ୍ପାନୀ ଦ୍ୱାରା କିଣାଯାଇଛି ।

ତେବେ ଏହାକୁ କେବଳ ଗଲ୍ପିଂ ଏବଂ ଅନ୍ୟାନ୍ୟ କ୍ରିଡ଼ା ପାଇଁ ବ୍ୟବହାର କରାଯିବା ସହ ସ୍ଥାନୀୟ ନିୟମ ଏବଂ ନିର୍ଦ୍ଦେଶାବଳୀ ପାଳନ କରାଯିବ ବୋଲି ସୂଚନା ମିଳିଛି । ସେପଟେ ମୁମ୍ବାଇର ଆଣ୍ଟିଲିଆରେ ମୁକେଶ ଅମ୍ବାନୀଙ୍କ ୨୭ ମହଲା ବଙ୍ଗଳାରେ ଯେଉଁ ସବୁ ବ୍ୟବସ୍ଥା ରହିଛି, ସେସବୁ ସେଠାରେ ମଧ୍ୟ ଉପଲବ୍ଧ ରହିଛି । ପ୍ରାୟ ୩୦୦ ଏକର ପରିମିତ ଅଞ୍ଚଳରେ ଥିବା ଏହି ସମ୍ପତ୍ତିର ମୂଲ୍ୟ ୫୯୨ କୋଟି ଟଙ୍କା । ଏହି ବଙ୍ଗଳା ଭିତରେ ୪୯ଟି ବେଡ ରୁମ, ୩୦୦ ବେଡ ବିଶିଷ୍ଟ ଗୋଟିଏ ମେଡିକାଲ, ପାର୍କ, ଗଲ୍ପ ପଡ଼ିଆ ଭଳି ବିଭିନ୍ନ ପ୍ରକାରର ବ୍ୟବସ୍ଥା ରହିଛି । ସେପଟେ ଅମ୍ବାନୀ ଜମି କିଣିବା ପରେ ସେ ତାଙ୍କ ପରିବାର ସହ ଲଣ୍ଡନରେ ରହିବା ନେଇ ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏପରିକି ଭାରତ ଓ ଲଣ୍ଡନ ମଧ୍ୟରେ ନିଜର ସମୟକୁ ଭାଗଭାଗ କରିବାକୁ ଅମ୍ବାନୀଙ୍କ ପରିବାର ପ୍ରସ୍ତୁତ ହେଉଥିବାର ଖବର ସାମ୍ନାକୁ ଆସିଥିଲା ।

କିନ୍ତୁ ବିଳମ୍ବିତ ରାତିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏହାକୁ ପ୍ରତ୍ୟାଖାନ କରିଥିଲା । ତେବେ ଖବରକାଗଜରେ ଏକ ଭିର୍ତ୍ତିହୀନ ରିପୋର୍ଟ ପ୍ରକାଶ ପାଇଛି । ଅମ୍ବାନୀଙ୍କ ପରିବାର ତାଙ୍କ ପରିବାର ସହ ଭାରତରେ ହିଁ ରହିବେ । ଏପରିକି ଭବିଷ୍ୟତରେ ତାଙ୍କ ପରିବାରର ଏପରି କିଛି ଯୋଜନା ମଧ୍ୟ ନାହିଁ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରି ସ୍ପଷ୍ଟ କରିଛନ୍ତି । ଦ୍ୱିତୀୟ ଘରର ଆବଶ୍ୟକତା କରୋନା କାଳରେ ଅନୁଭବ କରାଯାଇଥିଲା ବୋଲି କମ୍ପାନୀ ସ୍ପଷ୍ଟ କରିଛି । କାହିଁକିନା ଲକଡାଉନ ସମୟରେ ଅମ୍ବାନୀଙ୍କ ପୁରା ପରିବାର ଗୁଜୁରାଟରେ ସମୟ ଅତିବାହିତ କରିଥିଲେ । ଏହା ଛଡ଼ା ସବୁଠାରୁ ରୋଚକ କଥାଟି ହେଉଛି ସାଧାରଣତ ଭାରତର ଲୋକମାନେ ଦୀପାବଳିକୁ ନିଜ ଘରେ ପାଳନ କରନ୍ତି । କିନ୍ତୁ ମୁକେଶ ଅମ୍ବାନୀଙ୍କ ପରିବାର ଲଣ୍ଡନର ନୂତନ ଘରେ ଚଳିତ ବର୍ଷର ଦିୱାଲୀ ପାଳନ କରିଥିଲେ ।

ମୁକେଶ ଅମ୍ବାନୀଙ୍କ ପରିବାର ଅଢେଇ ମାସ ଧରି ଲଗାତାର ମୁମ୍ବାଇ ବାହାରେ ଅଛନ୍ତି । ତେଣୁ ମୁକେଶ ଦେଶ ଛାଡ଼ି ବିଦେଶରେ ରହିବା କଥା ସାମ୍ନାକୁ ଆସିଥିଲା । ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ମୁକେଶ ଅମ୍ବାନୀ ବର୍ତ୍ତମାନ ବିଶ୍ୱର ୧୧ ତମ ଧନୀ ବ୍ୟବସାୟୀ ଭାବରେ ସ୍ଥାନ ପାଇଛନ୍ତି । ତାଙ୍କର ନେଟ ମୂଲ୍ୟ ୭ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି । କିନ୍ତୁ ଅମ୍ବାନୀ ୧୦୦ ବିଲିୟନ ଡଲାର ତାଲିକାରୁ ବାଦ ପଡ଼ିଛନ୍ତି । ତାଙ୍କର ନେଟ ମୂଲ୍ୟ ପ୍ରାୟ ୯୮ ବିଲିୟନ ଡଲାର ରହିଛି ।

Leave A Reply

Your email address will not be published.