Masthead

ଶ୍ରୀମନ୍ଦିରେ ନୂଆ ପରମ୍ପରା ଯାହା ଆଗରୁ ହେଉନଥିଲା

ଭକ୍ତଙ୍କ ପାଇଁ ଅନିଦ୍ରା ରହୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପୁରୀ (ବଡ଼ ଖବର ବ୍ୟୁରୋ): ବର୍ଷ ସରିବ ଇଂରାଜୀ କ୍ୟାଲେଣ୍ଡର ଓଲଟିବ । ସାରା ବିଶ୍ୱ ସେଲିବ୍ରେସନ କରିବ ଇଂରାଜୀ ନୂଆବର୍ଷ ସହ ଓଡ଼ିଆ ନୂଆ ବର୍ଷର କୌଣସି ସମ୍ପର୍କ ନାହିଁ । ଶ୍ରୀମନ୍ଦିର ନୀତି ଅନୁସାରେ ମହାବିଷୁବ ସଂକ୍ରାନ୍ତିରେ ଓଡ଼ିଆଙ୍କ ନୂଆବର୍ଷ ଆସେ । କିନ୍ତୁ ଇଂରାଜୀ ନୂଆବର୍ଷରେ କୋଟି ଓଡ଼ିଆଙ୍କ ହୃଦୟର ଠାକୁର କାଳିଆ ସାଆନ୍ତଙ୍କୁ ହେବାକୁ ହେବ ହନ୍ତସନ୍ତ । ବର୍ଷ ସରିବ, ଜିରୋ ଆୱାରରେ ଅନିଦ୍ରା ହେବେ ଚତୁର୍ଦ୍ଧାମୂର୍ତ୍ତି । ଗଲା କିଛି ବର୍ଷ ଧରି ଶ୍ରୀମନ୍ଦିରରେ ନୂଆ ପରମ୍ପରା ଚାଲିଛି ଯାହା ଆଗରୁ ନଥିଲା । ଭକ୍ତଙ୍କ ପାଇଁ ଅନିଦ୍ରା ରହୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ନୂଆବର୍ଷ ପାଇଁ ଡିସେମ୍ବର ୩୧ ତାରିଖରେ ଆବଶ୍ୟକ ପଡିଲେ ରାତ୍ର ପହୁଡ଼ ହେବନାହିଁ ।

ରବିବାର ପଡୁଥିବାରୁ ଭିଡକୁ ଦୃଷ୍ଟିରେ ରଖି ୩୧ ତାରିଖ ସକାଳୁ ୧ତାରିଖ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ । ଏହାପୂର୍ବରୁ କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ମହାପ୍ରଭୁଙ୍କର ରାତ୍ର ପହୁଡ଼ ହୋଇନଥିଲା । ଭକ୍ତଙ୍କ ଭିଡକୁ ନଜରରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ଏବଳି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ସେହିପରି ଡିସେମ୍ବର ଓ୧୬ରୁ ଆରମ୍ଭ ହେବ ପହିଲି ଭୋଗ । ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପ୍ରାୟେ ମାସେ ଧରି ଚାଲିବ ଏହି ନୀତି । ସେହିଭଳି ନୂଆବର୍ଷ ଠାରୁ ମନ୍ଦିର ଭିତରେ ପାନ, ଗୁଟଖା ବାରଣ ସହ ଶାଳିନତାପୂର୍ଣ୍ଣ ପୋଷାକ ପିନ୍ଧିବା ନିୟମକୁ କଡାକଡି ପାଳନ କରାଯାଇଛି । ଏବଂ ଉତ୍ତର ଦ୍ୱାରରେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ନିମନ୍ତେ ର୍ୟାମ୍ପ ବ୍ୟବସ୍ଥା ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର