Masthead

ପାଠକଙ୍କୁ ପ୍ରଶ୍ନ, ଡିଲିଟ କରିବେ ଫେସବୁକ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଲୋକପ୍ରିୟ ଟାଇମ ମାଗାଜିନର ଚଳିତ ସଂସ୍କରଣର କଭର ପେଜରେ ମାର୍କ ଜୁକରବର୍ଗଙ୍କ ଫଟୋ । ଯେଉଁ ଫଟୋ ଉପରେ କି ଫେସବୁକକୁ ଡିଲିଟ କରିବାର ଆଇକନ ମଧ୍ୟ ରହିଛି । ଏଥିସହିତ ମାଗାଜିନ ପକ୍ଷରୁ ଦାବି କରାଯାଇଛି ଯେ, ଫେସବୁକ ଛୋଟ ପିଲାଙ୍କ ଉପରେ ଖରାପ ପ୍ରଭାବ ପକାଉଛି । କିନ୍ତୁ ଫେସବୁକ ସୁରକ୍ଷା ବଦଳରେ ଲାଭ ଉପରେ ଅଧିକ ଧ୍ୟାନ୍ ଦେଉଛି ବୋଲି ଦାବି କରିଛି ମାଗାଜିନ୍ ।

ମାଗାଜିନର ୱେବସାଇଟରେ ପ୍ରକାଶିତ ଟାଇମ୍ କଭରରେ ଏକ କ୍ୟାପସନ୍ ମଧ୍ୟ ଲେଖା ଯାଇଛି । ଏହି କଭର ଷ୍ଟୋରୀରେ ଫେସବୁକର ସିବିକ୍ ଇଣ୍ଟିଗ୍ରିଟି ଟିମ୍ ବିଷୟରେ ମଧ୍ୟ ବିସ୍ତାର ରୂପେ ସୂଚନା ଦିଆଯାଇଛି । ଭୁଲ୍ ସୂଚନା ଓ ଘୃଣ୍ୟ ତଥ୍ୟ ଭଳି ଖବର ବିରୋଧରେ ଲଢୁଥିବା କର୍ମଚାରୀ ମାନଙ୍କୁ କମ୍ପାନୀ ପକ୍ଷରୁ ବାହାର କରିଦିଆଯାଇଥିଲା । ଫେସବୁକ୍ ୨୦୨୦ରେ ଏକ ଟିମକୁ ଭାଙ୍ଗି ଦେଇଥିଲା ।

ଯାହା ପରେ ଫେସବୁକର ପୂର୍ବତନ କର୍ମଚାରୀ ଫ୍ରାନ୍ସେସ୍ ହୋଗେନ୍ କମ୍ପାନୀର ଆଭ୍ୟନ୍ତରିଣ ଗତିବିଧିକୁ ସାର୍ବଜନୀନ କରିଥିଲେ । ଆହୁରି ମଧ୍ୟ କଭର ଷ୍ଟୋରୀକୁ ବିଲି ପୋରିଗୋ ରିପୋର୍ଟ କରିଥିଲେ । ପୋରିଗୋଙ୍କ କହିବାନୁସାରେ ଫେସବୁକର ଆଗାମୀ ଭବିଷ୍ୟତ କେଉଁ ଦିଗରେ ଯିବ ଜଣାନାହିଁ, କିନ୍ତୁ ଆଭ୍ୟନ୍ତରିଣ ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି