Before Header

ସବୁ ଭାରତୀୟଙ୍କ ଡିଏନଏ ସମାନ

0 28

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସବୁ ଭାରତୀୟଙ୍କ ଡିଏନଏ ଏକ ବୋଲି କହିଛନ୍ତି ଆରଏସଏସ ପ୍ରମୁଖ ମୋହନ ଭାଗବତ । ସମସ୍ତ ଭାରତୀୟ ଏକ । ସେ ହିନ୍ଦୁ ହୁଅନ୍ତୁ ଅବା ମୁସଲିମ। ଦେଶରେ ଏକତା ବିନା ବିକାଶ ଅସମ୍ଭବ । ଏକତାର ଆଧାର ରାଷ୍ଟ୍ରବାଦ ହେବା ଆବଶ୍ୟକ ବୋଲି ଭାଗବତ କହିଛନ୍ତି ।

ଗାଜିଆବାଦରେ ମୁସଲିମ ରାଷ୍ଟ୍ରମଞ୍ଚର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପ୍ରମୁଖ ମୋହନ ଭାଗବତ କହିଛନ୍ତି ଯେ ହିନ୍ଦୁ ମୁସଲିମ ମଧ୍ୟରେ ଏକତା ରହିଛି । ଏକତା ନାହିଁ ବୋଲି ଭ୍ରମ ସୃଷ୍ଟି କରାଯାଉଛି । ଆମେ ଏକ ଗଣତାନ୍ତ୍ରିକ ଦେଶରେ ରହିଛୁ । ହିନ୍ଦୁ ମୁସଲିମ ମଧ୍ୟରେ ଲଢେଇର ଆବଶ୍ୟକତା ନାହିଁ ।

ଭାରତୀୟ ଭାବରେ ଦବଦବା ହେବା ଆବଶ୍ୟକ । ଏହା ସହ ଲିଞ୍ଚିକୁ ନେଇ ମଧ୍ୟ ମତ ରଖିଛନ୍ତ ମୋହନ ଭାଗବତ । ଭିଡ ଭିତରେ ଲୋକଙ୍କୁ ପିଟିପିଟି ହତ୍ୟା କରାଯାଉଥିବା ଲୋକ ହିନ୍ଦୁତ୍ବର ବିରୋଧ ବୋଲି ସେ କହିଛନ୍ତି । ଦେଶରେ ଏକତା ବିନା ବିକାଶ ଅସମ୍ଭବ । ଦେଶରେ ଏକତାର ଆଧାର ଭାରତୀୟତା ହେବା ଜରୁରୀ । ଆରଏସଏସ ପ୍ରମୁଖ ଏହା ମଧ୍ୟ କହିଛନ୍ତି ଯେ ଆମେ ୪୦ ହଜାର ବର୍ଷରୁ ସମାନ ପୂର୍ବଜଙ୍କ ବଂଶଧର । ଭାରତର ସବୁ ଲୋକଙ୍କର ଡିଏନଏ ସମାନ । ହିନ୍ଦୁ ଏବଂ ମୁସିଲମ୍ ଦୁଇଟି ଗୋଷ୍ଠୀ ନୁହଁନ୍ତି, ଏକତ୍ର ହେବାର କିଛି ନାହିଁ, ସେମାନେ ପୂର୍ବରୁ ଏକାଠି ଅଛନ୍ତି ।

Leave A Reply

Your email address will not be published.