Masthead

ସବୁ ଭାରତୀୟଙ୍କ ଡିଏନଏ ସମାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସବୁ ଭାରତୀୟଙ୍କ ଡିଏନଏ ଏକ ବୋଲି କହିଛନ୍ତି ଆରଏସଏସ ପ୍ରମୁଖ ମୋହନ ଭାଗବତ । ସମସ୍ତ ଭାରତୀୟ ଏକ । ସେ ହିନ୍ଦୁ ହୁଅନ୍ତୁ ଅବା ମୁସଲିମ। ଦେଶରେ ଏକତା ବିନା ବିକାଶ ଅସମ୍ଭବ । ଏକତାର ଆଧାର ରାଷ୍ଟ୍ରବାଦ ହେବା ଆବଶ୍ୟକ ବୋଲି ଭାଗବତ କହିଛନ୍ତି ।

ଗାଜିଆବାଦରେ ମୁସଲିମ ରାଷ୍ଟ୍ରମଞ୍ଚର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପ୍ରମୁଖ ମୋହନ ଭାଗବତ କହିଛନ୍ତି ଯେ ହିନ୍ଦୁ ମୁସଲିମ ମଧ୍ୟରେ ଏକତା ରହିଛି । ଏକତା ନାହିଁ ବୋଲି ଭ୍ରମ ସୃଷ୍ଟି କରାଯାଉଛି । ଆମେ ଏକ ଗଣତାନ୍ତ୍ରିକ ଦେଶରେ ରହିଛୁ । ହିନ୍ଦୁ ମୁସଲିମ ମଧ୍ୟରେ ଲଢେଇର ଆବଶ୍ୟକତା ନାହିଁ ।

ଭାରତୀୟ ଭାବରେ ଦବଦବା ହେବା ଆବଶ୍ୟକ । ଏହା ସହ ଲିଞ୍ଚିକୁ ନେଇ ମଧ୍ୟ ମତ ରଖିଛନ୍ତ ମୋହନ ଭାଗବତ । ଭିଡ ଭିତରେ ଲୋକଙ୍କୁ ପିଟିପିଟି ହତ୍ୟା କରାଯାଉଥିବା ଲୋକ ହିନ୍ଦୁତ୍ବର ବିରୋଧ ବୋଲି ସେ କହିଛନ୍ତି । ଦେଶରେ ଏକତା ବିନା ବିକାଶ ଅସମ୍ଭବ । ଦେଶରେ ଏକତାର ଆଧାର ଭାରତୀୟତା ହେବା ଜରୁରୀ । ଆରଏସଏସ ପ୍ରମୁଖ ଏହା ମଧ୍ୟ କହିଛନ୍ତି ଯେ ଆମେ ୪୦ ହଜାର ବର୍ଷରୁ ସମାନ ପୂର୍ବଜଙ୍କ ବଂଶଧର । ଭାରତର ସବୁ ଲୋକଙ୍କର ଡିଏନଏ ସମାନ । ହିନ୍ଦୁ ଏବଂ ମୁସିଲମ୍ ଦୁଇଟି ଗୋଷ୍ଠୀ ନୁହଁନ୍ତି, ଏକତ୍ର ହେବାର କିଛି ନାହିଁ, ସେମାନେ ପୂର୍ବରୁ ଏକାଠି ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୈତରଣୀ ପାୱାର ପ୍ରୋଜେକ୍ଟକୁ ନୋଟିସ୍‌ 🔴 ଆକ୍ସନ ମୋଡରେ ପୋଲିସ, ଭାଙ୍ଗିଲା ଅଟୋ ଷ୍ଟାଣ୍ଡ 🔴 ମାଷ୍ଟରକ୍ୟାଣ୍ଟିନ ହିଂସାରେ ୧୧୩ ଗିରଫ, ରଦ୍ଦ ହେବ ଲାଇସେନ୍ସ! 🔴 ପୁଣି ବଢ଼ିବ ବର୍ଷା ପରିମାଣ! 🔴 କେବେ ବାହାରିବେ ଦାରା ସିଂ,ରାଗିଗଲେ ସୁୁପ୍ରିମକୋର୍ଟ 🔴 ଓଡ଼ିଶା ପାଇଁ ବଡ଼ ରେଲୱେ ଭେଟି ଦେଲେ କେନ୍ଦ୍ର ସରକାର 🔴 ଲୋୟର ପିଏମଜିରେ ଅନଲାଇନ ଗାଡ଼ି ଚାଳକ-ପୋଲିସ ମୁହାଁମୁହିଁ 🔴 ଶିବାଜୀ ମାଝୀଙ୍କ ପରଲୋକ 🔴 ଫୁଲୁଛି ସୁବର୍ଣ୍ଣରେଖା, ଜଳବନ୍ଦୀରେ ଗାଁ 🔴 ଭୟାବହ ଅଗ୍ନିକାଣ୍ଡ, ୯ ମୃତ 🔴 ବୈତରଣୀ ପାୱାର ପ୍ରୋଜେକ୍ଟକୁ ନୋଟିସ୍‌ 🔴 ଆକ୍ସନ ମୋଡରେ ପୋଲିସ, ଭାଙ୍ଗିଲା ଅଟୋ ଷ୍ଟାଣ୍ଡ 🔴 ମାଷ୍ଟରକ୍ୟାଣ୍ଟିନ ହିଂସାରେ ୧୧୩ ଗିରଫ, ରଦ୍ଦ ହେବ ଲାଇସେନ୍ସ! 🔴 ପୁଣି ବଢ଼ିବ ବର୍ଷା ପରିମାଣ! 🔴 କେବେ ବାହାରିବେ ଦାରା ସିଂ,ରାଗିଗଲେ ସୁୁପ୍ରିମକୋର୍ଟ 🔴 ଓଡ଼ିଶା ପାଇଁ ବଡ଼ ରେଲୱେ ଭେଟି ଦେଲେ କେନ୍ଦ୍ର ସରକାର 🔴 ଲୋୟର ପିଏମଜିରେ ଅନଲାଇନ ଗାଡ଼ି ଚାଳକ-ପୋଲିସ ମୁହାଁମୁହିଁ 🔴 ଶିବାଜୀ ମାଝୀଙ୍କ ପରଲୋକ 🔴 ଫୁଲୁଛି ସୁବର୍ଣ୍ଣରେଖା, ଜଳବନ୍ଦୀରେ ଗାଁ 🔴 ଭୟାବହ ଅଗ୍ନିକାଣ୍ଡ, ୯ ମୃତ