ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ଜେଲ୍ ସୁରକ୍ଷା ଉପରେ ଉଠିଲା ବଡ଼ ପ୍ରଶ୍ନ । ବାଲେଶ୍ୱର ସୋରରେ ପାଚେରୀ ଡେଇଁ କଏଦୀ ଚମ୍ପଟ । ସୋର ସବଜେଲର ବିଚାରଧୀନ ଝାରଖଣ୍ଡ କଏଦୀ ୧୯ରେ ଆସି ୨୧ ଫେରାର ହୋଇଥିବା ସୂଚନା ମିଳିଛି । ଫେରାର ବନ୍ଦୀ ଜଣକ ଝାରଖଣ୍ଡର ଦୀପକ ରାୟ । ଏକ ଚୋରି କେସରେ ମାତ୍ର ତିନିଦିନ ହେବ ଆସିଥିଲେ । ତେବେ ଜେଲର ଢିଲା ସୁରକ୍ଷା ଦେଖି ଜେଲ୍ ଦକ୍ଷିଣ ପାର୍ଶ୍ଵ ପାଚେରୀରେ କମ୍ବଳ ପକାଇ ଚମ୍ପଟ ମାରିଛନ୍ତି । ଘଟଣାକୁ ୧୫ ଘଣ୍ଟା ବିତିଲାଣି ହେଲେ ଏଯାଏଁ କିଛିବି ମିଳୁନି ଟେର ।
ଫେରାର କଏଦୀ ଜଣକ ଝାଡ଼ଖଣ୍ଡର ଦୀପକ ରାୟ ଏକ ଚୋରି କେସରେ ତାକୁ ସିମୁଳିଆ ପୋଲିସ ଗିରଫ କରି ସୋର ଜେଲକୁ ପଠାଇଥିଲା । ମାତ୍ର ଜେଲରେ ତିନିଦିନ ରହିବା ପରେ ଗତକାଲି ସନ୍ଧ୍ୟରେ ବନ୍ଦୀ ଦୀପକ ପାଚେରୀ ଡେଇଁ ଫେରାର । ଘଟଣାର ତଦନ୍ତ ପାଇଁ ଜେଲ୍ ସର୍କଲ୍ ସୁପରି ଟେଣ୍ଟେଣ୍ଟଙ୍କୁ ନିର୍ଦ୍ଦେଶ ଦେଲେ ଜେଲ୍ ଡିଜି ସୁଶାନ୍ତ ନାଥ ।
