Masthead

‘ରେଡିଓ ଆଉଟ୍ ରିଚ୍-୯୦.୮ ଏଫ୍‌ଏମ୍’ ଉଦ୍‌ଘାଟିତ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ‘ରେଡିଓ ଆଉଟ୍ ରିଚ୍-୯୦.୮ ଏଫ୍‌ଏମ୍’ ଉଦ୍‌ଘାଟିତ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଶ୍ରୀରାମପୁର ଠାରେ ଉଦ୍‌ଘାଟିତ ହୋଇଛି ରେଡିଓ ଆଉଟ୍ ରିଚ୍ ୯୦.୮ ଏଫଏମ୍’ ନାମକ ଏକ ବେତାର କେନ୍ଦ୍ର । ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବିଧାୟକ ତଥା ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ୧୯୯୯ ମହାବାତ୍ୟା ଆମକୁ ରେଡିଓର ଗୁରୁତ୍ଵ ସମ୍ପର୍କରେ ଶିକ୍ଷା ଦେଇଛି ବୋଲି କହିଥିଲେ ।

ଏଭଳି ଉଦ୍ୟମ ପାଇଁ ଶ୍ରୀ ମୁଦୁଲି ଏହାର ପ୍ରତିଷ୍ଠାତା ସୁବ୍ରତ ପତିଙ୍କୁ ପ୍ରଶଂସା କରିଥିଲେ। ରେଡିଓ ସ୍ବରାଜର ମୁଖ୍ୟ ଅବଦୁଲ୍ ସଫିକ୍‌ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ‘ସମ୍ବାଦ’ର ଗୋଷ୍ଠୀ ବେତାର କେନ୍ଦ୍ରର ସମ୍ପାଦକ ତନୟା ପଟ୍ଟନାୟକ ଯୋଗଦେଇଥିଲେ । ସେ କହିଥିଲେ ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ସମସ୍ୟାର ଦୂର ହୋଇପାରିବ ।

ଅନ୍ୟତମ ଅତିଥି ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ତୃପ୍ତି ଦାସ, କୋଣାର୍କ ରେଡିଓ ନମସ୍କାରର ପ୍ରତିଷ୍ଠାତା ଏନ୍. ଏ ଶାହ ଅନ୍‌ସାରୀ ଓ ଆକାଶବାଣୀର ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଭୟ କୁମାର ଦାସ ଯୋଗ ଦେଇଥିଲେ। ପ୍ରତିଷ୍ଠାତା ଶ୍ରୀ ପତି ଏହି ଅବସରରେ ଅନୁଷ୍ଠାନ ସମ୍ପର୍କରେ ସୂଚନା ଦେଇଥିଲେ। ଉତ୍ସବରେ ବିଶିଷ୍ଟ ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିଲା। କର୍ନେଲ ଦେବଦତ୍ତ ସ୍ବାଇଁ ଧନ୍ୟବାଦ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି