Masthead

‘ଦରଦାମ କମାଅ, ନହେଲେ ଫଳ ଭୋଗିବ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦରଦାମ ବୄଦ୍ଧି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସୂଚନା। ସତର୍କ ହୋଇଯାଅ କେନ୍ଦ୍ର ସରକାର। ଦର ବୃଦ୍ଧି ଯୋଗୁ ବିଭିନ୍ନ ରାଜ୍ୟର ଉପନିର୍ବାଚନରେ ବିଫଳ ହୋଇଛି। ସବୁ କ୍ଷେତ୍ରରେ କେନ୍ଦ୍ର ସରକାର ବିଫଳ। ରାଜ୍ୟର କ୍ଷମତା ଛଡ଼ାଇ ନେଇଗଲେ କେନ୍ଦ୍ର ସରକାର। ପେଟ୍ରୋଲ ଦର ଅସ୍ଥିର ହୋଇଛି। ରାଜ୍ୟ ହାତରେ କିଛି ନାହିଁ। ତୁରନ୍ତ ତା ଉପରେ ଲଦି ଦିଆଯାଇଥିବା ଅହେତୁକ ଟିକସ ହ୍ରାସ କରନ୍ତୁ। ଦର ଦାମ କମାଇବା ନାଁରେ ସେମାନେ କ୍ଷମତାକୁ ଆସିଥିଲେ।

ଡିଜେଲ ଦର ବଢିବାରୁ ଚାଷୀର ଉତ୍ପାଦନ ଖର୍ଚ୍ଚ ବଢିଛି। ସମାଧାନର ବାଟ ନବାହାର କଲେ, ଆହୁରି ଦର ବଢିବ। ଯାହାର ଫଳ ଭୋଗିବେ କେନ୍ଦ୍ର ସରକାର। ସମବାୟ ନିର୍ବାଚନ ସମ୍ପର୍କରେ ମଧ୍ୟ ପ୍ରତିକ୍ରିୟା ରଖି କହିଲେ ବର୍ଷେ ପୂର୍ବରୁ ସମବାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ରାଜ୍ୟ ସମବାୟ ନିର୍ବାଚନ କମିଶନ ମଧ୍ୟ ସେ ପ୍ରସ୍ତୁତି ଚଳାଇଛନ୍ତି। ଆଜି ସେ ଦିଗରେ ବୈଠକ ଅଛି। କୋଭିଡ ଭିତରେ କାର୍ଯ୍ୟକାଳ ସରିଛି। ହାଇକୋର୍ଟ କେବଳ ସୁନ୍ଦରଗଡ଼ ସମବାୟ ନିର୍ବାଚନ ନେଇ ନିର୍ଦ୍ଦେଶ ଦେଇଛନ୍ତି। ଆମ ପାଖକୁ କୋର୍ଟ ନିର୍ଦ୍ଦେଶର କପି ଆସିନି। ଠିକ ସମୟରେ ନିର୍ବାଚନ କରିବାକୁ ରାଜ୍ୟ ସରକାର ଆଗବର ଅଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା