Masthead

ଜୋର ଧରିଲା ରାହୁଲ ଗାନ୍ଧିଙ୍କ ସଦସ୍ୟତା ଫେରାଇବା ଦାବି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବାପରେ ଏବେ ତାଙ୍କ ସଦସ୍ୟତା ଫେରାଇବାର ଦାବି ଜୋର ଧରିଛି। କଂଗ୍ରେସ ନେତା ଆଧୀର ରଂଜନ ଚୌଧୁରୀ ଆଜି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖିଛନ୍ତି। ଏହାପୂର୍ବରୁ ଲୋକସଭାରେ କଂଗ୍ରେସ ନେତାମାନେ ଓମ୍ ବିର୍ଲାଙ୍କୁ ଭେଟିବା ପାଇଁ ସମୟ ମାଗିଥିଲେ। ତୁରନ୍ତ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଫେରାଇବା ପାଇଁ ଦାବି କରାଯାଇଥିଲା। ତେବେ ବାଚସ୍ପତି କହିଛନ୍ତି ସେ ସୁପ୍ରିମକୋର୍ଟଙ୍କ ଆଦେଶର କପିକୁ ଅପେକ୍ଷା କରିଛନ୍ତି।

ସୂଚନା ଥାଉକି ଅପରାଧିକ ମାନହାନୀ ମାମଲାରେ ସୁରଟ କୋର୍ଟ ରାହୁଲ ଗାନ୍ଧିଙ୍କୁ ଦୁଇ ବର୍ଷ ଦଣ୍ଡିତ କରିବା ପରେ ଲୋକସଭା ସଚିବାଳୟ ରାହୁଲଙ୍କ ସଦସ୍ୟତା ବାତିଲ କରିବାକୁ ବିଜ୍ଞପ୍ତି ଜାରି କରିଥିଲେ । ଏହି ଅଭିଯୋଗରେ ସୁରଲ କୋର୍ଟ ଦ୍ୱାରା ରାହୁଲ ଗାନ୍ଧିଙ୍କୁ ସର୍ବାଧିକ ଦଣ୍ଡ ଦିଆଯାଇଥିଲା। ଅର୍ଥାତ୍ ଯଦି ନିମ୍ନ ଅଦାଲତ ଏହି ଦଣ୍ଡକୁ ଗୋଟିଏ ବି ଦିନ ହ୍ରାସ କରିଥାନ୍ତେ, ତେବେ ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା ପ୍ରଭାବିତ ହୋଇନଥାନ୍ତା।  ତେବେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଆଜି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଲୋକସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ।

ଚିଠିରେ ଶ୍ରୀ ଚୌଧୁରୀ ଲେଖାଅଛି, ” କେରଳର ୱାୟନାଡ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଲୋକସଭା ସଦସ୍ୟ ରାହୁଲ ଗାନ୍ଧୀଙ୍କୁ ଗୁଜୁରାଟର ସୁରଟ କୋର୍ଟ ଦୋଇଥିବା ଦଣ୍ଡାଦେଶକୁ ଅଗଷ୍ଟ ୪ ରେ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ତେଣୁ ମୁଁ ଅନୁରୋଧ କରୁଛି ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତାକୁ  ତୁରନ୍ତ ପ୍ରଭାବର ସହିତ ଫେରାଇ ଦିଅନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ