ନିର୍ବାଚନ ସମୟରେ ରାହୁଲ-ପ୍ରିୟଙ୍କା ମିଥ୍ୟା ଗ୍ୟାରେଣ୍ଟି ଦିଅନ୍ତି: ଅନୁରାଗ ଠାକୁର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନିର୍ବାଚନକୁ ନେଇ ଉଭୟ ଶାସକ ବିରୋଧୀଙ୍କ ମଧ୍ୟରେ ଚାଲିଛି କଥା କଟାକଟି । ଦୁଇ ଦିନ ତଳେ ବିଜେପି ରାହୁଲଙ୍କୁ ନୂଆ ଯୁଗ ରାବଣ କହିଥିବାବେଳେ କଂଗ୍ରେସ ମୋଦିଙ୍କୁ ଜୁମଲା ବଏ କହିଥିଲା । ଆଉ ଦୁଇ ଜଣଙ୍କ ମଧ୍ୟରେ ଆରମ୍ଭ ହୋିଥିଲା ପୋଷ୍ଟର ୱାର । ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଅଭିଯୋଗ କରିଛନ୍ତି କ୍ଷମତା ହାତେଇବା ପାଇଁ ତାଙ୍କର ମିଥ୍ୟା ପ୍ରତିଶ୍ରୁତି ବିଫଳ ହୋଇଛି।

ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମଧ୍ୟପ୍ରଦେଶ ଗସ୍ତ ପରେ ଅନୁରାଗ ଏଭଳି ମନ୍ତବ୍ୟ ଦେଇଛନ୍ତି। ରାହୁଲ ଏବଂ ପ୍ରିୟଙ୍କା ଜନସାଧାରଣଙ୍କୁ କହିଥିଲେ ଯଦି ସେମାନଙ୍କ ଦଳ କ୍ଷମତାକୁ ଆସେ ତେବେ ସେମାନଙ୍କୁ ଅନେକ ପ୍ରତିଶ୍ରୁତି ଦିଆଯିବ। ସେସବୁ ମଧ୍ୟରେ ମାଗଣା ଏବଂ ସବସିଡିଯୁକ୍ତ ବିଦ୍ୟୁତ, ପୁରୁଣା ପେନସନ ଯୋଜନାର କାର୍ଯ୍ୟକାରିତା, କୃଷି ଋଣ ଛାଡ, ମହିଳାମାନଙ୍କୁ ମାସକୁ ୧,୫୦୦ ଟଙ୍କା ଏବଂ ଅନ୍ୟାନ୍ୟ ଗ୍ୟାରେଣ୍ଟି ଆମେ ଘୋଷଣା କରିଛୁ। ତେବେ ଅନୁରାଗ ଠାକୁର ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି, ରାଜସ୍ଥାନ ଏବଂ ଛତିଶଗଡରେ କଂଗ୍ରେସର ଏହି ଗ୍ୟାରେଣ୍ଟି ବିଫଳ ହୋଇଛି। ସେସବୁ ରାଜ୍ୟରେ କଂଗ୍ରେସ ନେତା ମୁହଁ ଦେଖାଇବାକୁ ସକ୍ଷମ ନୁହଁନ୍ତି।

ଯେତେବେଳେ କଂଗ୍ରେସ ସରକାର କ୍ଷମତାରେ ଥିଲେ, ମଧ୍ୟପ୍ରଦେଶରେ ଏକ ଅସନ୍ତୋଷ ଦେଖାଦେଇଥିଲା। କଂଗ୍ରେସ ସରକାର କୃଷି ଋଣ ଛାଡ଼ କରିବା ଏବଂ ବେରୋଜଗାର ଭତ୍ତା ଯୋଗାଇବାରେ ବିଫଳ ହୋଇଥିଲେ। କେବଳ ନିର୍ବାଚନ ସମୟରେ ରାହୁଲ ପ୍ରିୟଙ୍କା ଲଲିପପ ଏବଂ ମିଥ୍ୟା ଗ୍ୟାରେଣ୍ଟି ଦେବାକୁ ଆସନ୍ତି। ହିମାଚଳ ପ୍ରଦେଶରେ ସେମାନେ ପ୍ରତ୍ୟେକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମାସକୁ ୧,୫୦୦ ଟଙ୍କା ପଠାଇବାକୁ ଗ୍ୟାରେଣ୍ଟି ଦେଇଥିଲେ, କିନ୍ତୁ ୧୦ ମାସ ପରେ ମଧ୍ୟ ଗୋଟିଏ ଟଙ୍କା ଦିଆଯାଇ ନ ଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ