Masthead

ବିଗବସରେ ପ୍ରେମ, ଜୁନରେ ହାତଗଣ୍ଠି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବିଗବସ ୧୪ରୁ ବାହାରିବା ପରଠାରୁ ରାହୁଲ ବୈଦ୍ୟା ଏବଂ ଦିଶା ପରମାର ଅବିଶ୍ମରଣୀୟ ହୋଇ ରହିଛନ୍ତି । ରାହୁଲ ଜାତୀୟ ଟେଲିଭିଜନରେ ଦିଶା ପରମାରଙ୍କୁ ସର୍ବସାଧାରଣରେ ବିବାହ ପ୍ରସ୍ତାବ ଦେଇଥିଲେ । ଭାଲେଣ୍ଟାଇନ ସପ୍ତାହରେ ଏହି ଅଭିନେତ୍ରୀ ଘରେ ପ୍ରବେଶ କରିଥିଲେ । ଯେଉଁଠାରେ ସେ ରାହୁଲଙ୍କ ପ୍ରସ୍ତାବ ଗ୍ରହଣ କରିଥିଲେ। ରାହୁଲ ପ୍ରାୟତ ଦିଶାଙ୍କ ସହ ତାଙ୍କ ବିବାହ ଯୋଜନା ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା ।  ଏବେ ଏକ ସାକ୍ଷାତ କାର ବେଳେ ସେ ତାଙ୍କ ବିବାହ କରିବାକୁ ଯୈାଜନା କରୁଥିବାର କହିଥିଲେ ।  ଏହି ସାକ୍ଷାତ କାରରେ ଟାଇମ୍ସ ଅଫ ଇଣ୍ଡିଆ ର ପ୍ରଶ୍ନର ଉତ୍ତର ରଖିବାକୁ ଯାଇ ତାଙ୍କର ବିବାହ ତାରିଖ ଏବଂ ଦିଶାଙ୍କ ପ୍ରତି ଥିବା ତାଙ୍କ ପିଲିଙ୍ଗସ୍ ସେୟାର କରିଥିଲେ। ସେ କହିଥିଲେ ଯେ, ୨୦୧୮ରୁ ପରସ୍ପର ସହ ଚାଟିଂ ଆରମ୍ଭ କରିଥିଲୁ  ଏବଂ ସେଠାରୁ ହିଁ  ପ୍ରେମ ଆରମ୍ଭ ହୋଇଥିଲା । ବିଗବସ ସମାପ୍ତି ପରେ ଦିଶା ଏବଂ ରାହୁଲ ଡେଟିଂରେ ଯାଇଥିଲେ ।

ରାହୁଲ ଘର ଛାଡିବା ପରେ ଦିଶାଙ୍କୁ ବୋହୁତ ମିସ୍ କରୁଥିବା ମଧ୍ୟ କହିଛନ୍ତି । ଆଶ୍ଚର୍ଯ୍ୟର କଥା ଏହା ଯେ ଦୁହେଁ ଦୁହିଁ ଙ୍କୁ ପସନ୍ଦ କରୁଥିଲେ କିନ୍ତୁ କେହି କାହାକୁ କହିନଥିଲେ ।  ଦୁହେଁ ୨-୩ ମାସ ଭିତରେ ବିବାହ କରିବେ ବୋଲି ସାକ୍ଷାତକାରରେ କହିଛନ୍ତି । ତେବେ ଦୁହିଁଙ୍କ ବିବାହକୁ ଅପେକ୍ଷା କରିଛନ୍ତି ତାଙ୍କ ଫ୍ୟାନ୍ସ ମାନେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା