Masthead

ଆର୍ୟନ ଜେଲରେ ଥିବାବେଳେ ଶାହରୁଖଙ୍କୁ ଚିଠି ଲେଖିଥିଲେ ରାହୁଲ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାର ଚର୍ଚ୍ଚା ଥମିବାରେ ନାଁ ନେଉନି । ସେପଟେ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ବେଲ ମିଳିବା ପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ତେବେ ଆର୍ୟନ ଗିରଫ ହେବା ପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶାହରୁଖ ଖାନଙ୍କୁ ଚିଠି ଲେଖିଥିବାର କଥା ସାମ୍ନାକୁ ଆସିଛି । କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ୟନ ଧରାପଡ଼ିବା ପରେ ତାଙ୍କ ପିତା ଶାହରୁଖ ଖାନ ଏବଂ ମାତା ଗୌରୀ ଖାନ ଅତ୍ୟନ୍ତ ବିବ୍ରତ ତଥା ଭାବପ୍ରବଣ ହୋଇପଡ଼ିଥିଲେ । ଏଭଳି ପରିସ୍ଥିତିରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଉତ୍ସାହିତ କରୁଥିବାବେଳେ ଅନେକ ଲୋକ ତାଙ୍କୁ ସମାଲୋଚନା କରୁଥିବାର ଦେଖିବାକୁ ମିଳିଥିଲା । ଏହି ସମୟରେ କଂଗ୍ରେସ ସାଂସଦ ଶାହରୁଖ ଖାନଙ୍କୁ ଏକ ଚିଠି ଲେଖିଥିଲେ ।

ତେବେ ଏଭଳି ପରିସ୍ଥିତିରେ ପ୍ରିୟଜନଙ୍କୁ ଦେଖିବା ସହଜ ନୁହେଁ । ମୁଁ ଜାଣେ ତୁମେ ଦୟାଳୁ ଏବଂ ତୁମେ ସମାଜର ଖ୍ୟାତି ଅର୍ଜନ କରିଛ । ସେଥିପାଇଁ ମୁଁ ତୁମ ପରିବାର ପାଇଁ ଏତେ ବ୍ୟାପକ ସମର୍ଥନ ଦେଖିପାରୁଛି ବୋଲି ରାହୁଲ ଗାନ୍ଧୀ ଉକ୍ତ ଚିଠିରେ ଉଲ୍ଲେଖ କରିଥିଲେ । କେବଳ ଏତିକି ନୁହେଁ ବରଂ ସତ୍ୟକୁ ଅଧିକ ଦିନ ବନ୍ଧକ ରଖାଯାଇପାରିବ ନାହିଁ ବୋଲି ରାହୁଲ କହିଛନ୍ତି । ଶାହରୁଖ ଖାନଙ୍କୁ ଚିଠି ଲେଖି ଏ ଖବର ସାମ୍ନାକୁ ଆସିବା ପରେ ପୁଣିଥରେ ଦେଶରେ ରାଜନୀତି ସରଗରମ ହୋଇ ଉଠିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ