Masthead

ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ଫେରାଇଲେ ରେସଲର ଭିନେଶ ଫୋଗଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ଫେରାଇଲେ ରେସଲର ଭିନେଶ ଫୋଗଟ । ଭାରତ କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କ ଅନୁଗତ ସଞ୍ଜୟ ସିଂ ମହାସଂଘର ସଭାପତି ଭାବେ ନିର୍ବାଚିତ ହେବାପରେ ଆରମ୍ଭ ହୋଇଥିଲା ବିବାଦ । ଯାହାକୁ ବିରୋଧ କରି ବିଶ୍ୱ ଚାମ୍ପିୟନଶିପ୍‌ ପଦକ ବିଜେତା ଭିନେଶ ଫୋଗଟ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ଚିଠି ଲେଖି ସରକାରଙ୍କୁ ତାଙ୍କ ଖେଳରନତ୍ ଓ ଅର୍ଜୁନ ପୁରସ୍କାର ଫେରାଇ ଦେଇଛନ୍ତି। ପୂର୍ବରୁ ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ଓ ବଧିର ଅଲିମ୍ପିକ୍ସ ଚାମ୍ପିୟନ ବୀରେନ୍ଦର ସିଂ ଯାଦବ ସେମାନଙ୍କ ପଦ୍ମଶ୍ରୀ ପୁରସ୍କାର ଫେରାଇବାପରେ ଏବେ ଭିନେଶ ପୁରସ୍କାର ଫେରାଇଛନ୍ତି । ସେ ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରିଥିବା ଏହି ଚିଠି ଜରିଆରେ ଖେଳରନତ୍ ଓ ଅର୍ଜୁନ ପୁରସ୍କାର ଫେରାଇ ଦେଇଥିବା ଘୋଷଣା କରିଛନ୍ତି।

ଗତ ଗୁରୁବାର ହୋଇଥିବା ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନରେ ବ୍ରିଜ୍‌ ଭୂଷଣଙ୍କ ଅନୁଗତ ଗୋଷ୍ଠୀ ୧୫ଟି ପଦବୀରୁ ୧୩ଟିରେ ବିଜୟଲାଭ କରିଛନ୍ତି। ସଞ୍ଜୟ ସିଂ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଭାରତୀୟ କୁସ୍ତି ମହାସଂଘର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ସଂଜୟ ସିଂ ବିବାଦୀୟ ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ଖୁବ୍ ପାଖଲୋକ। ତେଣୁ ସଞ୍ଜୟଙ୍କୁ ବ୍ରିଜଭୂଷଣଙ୍କ ପ୍ରକ୍ସି ବୋଲି କହି, ପ୍ରତିବାଦ କରିଛନ୍ତି ଭିନେଶ। ସଂଜୟଙ୍କୁ ବିରୋଧ କରି ପୂର୍ବରୁ ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ସାକ୍ଷୀ ମଲ୍ଲିକ ରେସଲିଂରୁ ଅବସର ନେଇସାରିଛନ୍ତି। ଖେଳାଳିଙ୍କ ବିରୋଧ ଯୋଗୁଁ ନିକଟରେ ନବ ନିର୍ବାଚିତ ଭାରତୀୟ କୁସ୍ତି ମହାସଂଘକୁ ସସପେଣ୍ଡ କରିଥିଲା କ୍ରୀଡା ମନ୍ତ୍ରାଳୟ। ଏଥିସହ ନୂଆ ଆଡହକ୍ କମିଟି ଗଠନ ପାଇଁ ଭାରତୀୟ ଅଲିମ୍ପିକ ସଂଘକୁ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଚିଠି ଲେଖାଯାଇଛି। ଏହାପରେ ବି ରେସଲରଙ୍କ ପ୍ରତିବାଦ ଜାରି ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି