ମୋଦିଙ୍କୁ ରାହୁଲଙ୍କ ଶ୍ୱେତପତ୍ର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମୋଦି ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ । କରୋନା ପରିଚାଳନାରେ ବିଫଳତାକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ରହୁଲ ଗାନ୍ଧି । ତୃତୀୟ ଲହର ମୁକାବିଲା ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରୁନ୍ତୁ ସରକାର । ସରକାରଙ୍କ ପ୍ରଥମ ଓ ଦ୍ୱିତୀୟ ଲହର ମୁକାବିଲା ନୌରାଶ୍ୟଜନକ ଥିଲା । ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତ ଓ ସର୍ତକ ରହିବାକୁ ରାହୁଲ ଗାନ୍ଧି କହିଛନ୍ତି । କରୋନା ମହାମାରୀ ଉପରେ ରାହୁଲ ଏକ ଶ୍ୱେତପତ୍ର ଜାରି କରିଛନ୍ତି । କୋଭିଡ଼ କ୍ଷତିପୂରଣ ପାଣ୍ଠି ଗଠନ ପାଇଁ ଦାବି କରିଛନ୍ତି । ଯେଉଁମାନଙ୍କ ପରିବାରରେ କରୋନାରେ ପ୍ରାଣ ହରାଇଛନ୍ତି, ସେମାନଙ୍କୁ ସରକାର କ୍ଷତିପୂରଣ ଦିଅନ୍ତୁ ।

ସେପଟେ ଏହାର କାଉଣ୍ଟର କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ସେ କହିଛନ୍ତି, ଯେ ଦେଶରେ ଗୋଟିଏ ଦିନରେ ୮୦ ଲକ୍ଷରୁ ଅଧିକ ଟିକା ଦିଆଯାଉଛି, ତେଣୁ ଆମେ ଜାଣିଥିଲୁ ଯଦି କିଛି ଭଲ ଘଟଣା ଘଟେ ତେବେ ରାହୁଲ ଗାନ୍ଧୀ ଏଥିରେ ବାଧା ସୃଷ୍ଟି କରିବେ। ସମ୍ବିତ ପାତ୍ର କହିଛନ୍ତି, ଯେ ରାହୁଲ ଗାନ୍ଧୀ କେତେ ଦିନ ପର୍ୟ୍ୟନ୍ତ ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀ କରିବେ, ଭୂମିରେ ଯାଇ କଂଗ୍ରେସ ଶାସିତ ରାଜ୍ୟଗୁଡିକର ଅବସ୍ଥା ଜାଣିବେ। ବିଜେପି ନେତା ପୁଣି ଥରେ ପ୍ରଶ୍ନ କରିଛନ୍ତି ଯେ ରାହୁଲ ଗାନ୍ଧୀ, ରବର୍ଟ ଭଦ୍ରା ଏବଂ ପ୍ରିୟଙ୍କା ଭଦ୍ରା ଏହି ଟିକା ପାଇଛନ୍ତି କି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’