ଲକ୍ଷ୍ନୌ(ବଡ଼ ଖବର ବ୍ୟୁରୋ): ଉତ୍ତରପ୍ରଦେଶ ଲଖୀମପୁର ହିଂସାକାଣ୍ଡକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କରିଛି କିଷାନ ମୋର୍ଚ୍ଚା । ଏନେଇ ଚାଷୀ ନେତା ଜୋଗିନ୍ଦର ସିଂହ କହିଛନ୍ତି ଯେ, ସରକାର ପ୍ରଦର୍ଶନକାରୀ କୃଷକଙ୍କ ବିରୋଧରେ ହିଂସାତ୍ମକ ରୂପ ଦେଖାଇଛନ୍ତି । କିନ୍ତୁ କୃଷକ କେବେ ବି ହିଂସାକୁ ସମର୍ଥନ କରିବେ ନାହିଁ । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଓ ତାଙ୍କ ପୁଅକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି କୃଷକ ସଂଗଠନ । ଯଦି ୧୫ ଅକ୍ଟୋବର ମଧ୍ୟରେ ତାଙ୍କ ଗିରଫ ନକରାଯାଏ ତେବେ ୧୫ ଅକ୍ଟୋବର ଦଶହରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ କୁଶପତ୍ତଳିକା ଦାହ କରାଯିବ ବୋଲି ଚେତାବନୀ ଦେଇଛନ୍ତି କୃଷକ ।

ତେବେ କେବଳ ସେତିକି ନୁହେଁ ୧୮ ତାରିଖରେ ସାରା ଦେଶରେ ରେଳ ରୋକ୍ କରାଯିବ । ଏନେଇ ଯୋଗେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି । କୃଷକ ନେତାଙ୍କ କହିବା କଥା, ଲଖୀମପୁର ଖେରୀ ଘଟଣା ପୂର୍ବରୁ ଯୋଜନାବଦ୍ଧ ଅଟେ । କୃଷକମାନଙ୍କୁ ଆତଙ୍କିତ କରିବାକୁ ଏହି ସରକାରଙ୍କ ଏହା ଏକ ଚାଲ୍ । କୃଷକ ନେତା ଦର୍ଶନ ପାଲ କହିଛନ୍ତି, କିଷାନ ମୋର୍ଚ୍ଚା ଏହି ଘଟଣାକୁ ନେଇ ଆସନ୍ତା ଅକ୍ଟୋବର ୨୬ ତାରିଖରେ ଲକ୍ଷ୍ନୌରେ ମହାପଞ୍ଚାୟନ ଆୟୋଜନ କରିବେ । ତା ସହିତ ସେ ମଧ୍ୟ ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଓ ତାଙ୍କ ପୁଅର ତୁରନ୍ତ ଗିରଫ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ଘଟଣାରେ ଆଜି ଆଶିଷ ମିଶ୍ରା ଲକ୍ଷ୍ମୀପୁର କ୍ରାଇମବ୍ରାଞ୍ଚ ସାମ୍ନାରେ ହାଜର ହୋଇଛନ୍ତି । ତାଙ୍କୁ ଆଜି ଦିନ ୧୧ଟା ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା । ହେଲେ ସମୟ ପୂର୍ବରୁ ଆଶିଷ ମିଶ୍ରା ଆଜି ଆସି କ୍ରାଇମବ୍ରାଞ୍ଚ ସାମ୍ନାରେ ହାଜର ହୋଇଛନ୍ତି । ତେବେ ଆଶିଷ ମିଶ୍ରା ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ବୋଲି ତାଙ୍କ ପିତା ତଥା କେନ୍ଦ୍ରୀୟ ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ସିଧା ସିଧା ମନା କରିଦେଇଛନ୍ତି । ଏହି ଘଟଣାର ଯାଞ୍ଚ ହେବା ପରେ ହିଁ ଅସଲ ଆରୋପୀ କିଏ ତାହା ସାମ୍ନାକୁ ଆସିପାରିବ ବୋଲି କୁହାଯାଉଛି । ତେବେ ମିଡିଆ ସାମ୍ନାରେ ସେ ଏହି ଘଟଣାରେ ତାଙ୍କ ପୁଅର ସମ୍ପୃକ୍ତି ନେଇ ସେ ସିଧାସିଧା ମନା କରିଦେଇଛନ୍ତି ।

Leave a Reply

Your email address will not be published. Required fields are marked *