Masthead

ରାଜସ୍ଥାନରେ ଜାରି ହେଲା ଲକଡାଉନ

ଜୟପୁର(ବଡ଼ ଖବର ବ୍ୟୁରୋ): ଭାରତରେ ବଢ଼ିଚାଲିଛି କରୋନା ସଂକ୍ରମଣ । ସଂକ୍ରମଣ ଚେନ ଭାଙ୍ଗିବା ପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି । ରାଜସ୍ଥାନରେ ବି କଠୋର ଲକଡାଉନ ଜାରି କରାଯାଇଛି । ମେ ୧୦ ତାରିଖରୁ ମେ ୨୪ ତାରିଖ ପର୍ଯ୍ୟନ୍ତ ରାଜବ୍ୟାପୀ ଏହି ଲକଡାଉନ ରାଜ୍ୟରେ ବଳବତ୍ତର ହେବ । ୧୦ ମେ ଭୋର ୫ଟାରୁ ୨୪ ମେ ଭୋର ୫ଟା ପର୍ଯ୍ୟନ୍ତ ଲାଗିବ ଏହି କଟକଣା । ତେବେ ରାଜ୍ୟବ୍ୟାପୀ ଲକଡାଉନ ଘୋଷଣା କରିବା ପାଇଁ ରାଜ୍ୟ କ୍ୟାବିନେଟର ଏକ ଭର୍ଚୁଆଲ ବୈଠକ ହୋଇଥିଲା । ଏଥିରେ ରାଜ୍ୟ କ୍ୟାବିନେଟ ଏହି ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ କହିଥିଲେ ଯେ, ଏଭଳି ପରିସ୍ଥିତିରେ ଦେଶ ବ୍ୟାପୀ ଲକଡାଉନ ଘୋଷଣା ହିଁ ଏକମାତ୍ର ଉପାୟ ।

ରାଜସ୍ଥାନରେ ଲକଡାଉନ ସମୟରେ ଗମନାଗମନ ଉପରେ କଟକଣା ଲାଗିବ । କିନ୍ତୁ ମାଲ ପରିବହନ ଉପରେ କୌଣସି କଟକଣା ଲାଗିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ସେହିପରି ମେ ୨୪ ଯାଏ ଲକଡାଉନ ଘୋଷଣା ହୋଇଥିଲେ ମଧ୍ୟ ୩୧ ମେ ପର୍ଯ୍ୟନ୍ତ ସରକାର ସର୍ବସାଧାରଣରେ ବିବାହ ଅନୁଷ୍ଠାନକୁ ବାରଣ କରିଛନ୍ତି । ତେବେ ଅଦାଲତରେ ବିବାହ ହୋଇ ପାରିବ । ଆଉ ଯଦି ଘର ଭିତରେ ବାହାଘର ହେଉଥାଏ ତେବେ ସେଥିରେ ୧୧ଜଣରୁ ଅଧିକ ଲୋକ ଯୋଗ ଦେଇପାରିବେ ନାହିଁ । ସେହିପାରି ରାଜସ୍ଥାନର ଗ୍ରାମାଞ୍ଚଳରେ ପଜିଟିଭ ସଂଖ୍ୟା ବୃଦ୍ଧି ଘଟୁଥିବା କାରଣରୁ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ମନରେଗା କାର୍ଯ୍ୟକୁ ସ୍ଥଗିତ ରଖିଛନ୍ତି ରାଜସ୍ଥାନ ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ