ରେଲବୋର୍ଡ: ଏକ ବିଭାଗ,ଏକ ମୁଖ୍ୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରେଲୱେ ବୋର୍ଡରେ ହୋଇଛି ବଡ ପରିବର୍ତ୍ତନ । ପାଇଛି କର୍ପୋରେଟ୍ ଢାଞ୍ଚା । ଏବେ ଘରୋଇ ସଂସ୍ଥା ଚଳାଇବେ ଟ୍ରେନ୍ । ୨୦୨୪ ସୁଦ୍ଧା ଅଧିକ ଟ୍ରେନ ଚାଲୁଥିବା ରୁଟ୍ ଗୁଡିକର କ୍ଷମତାକୁ ଦୁଇଗୁଣ କରିବ ବିଭାଗ । ଫଳରେ ଅଧିକ ଟ୍ରେନ୍ ଚାଲିବ । ଘରୋଇ ସଂସ୍ଥା ପାଇଁ ୧୨ଗୋଟି ରୁଟ୍ ଚିହ୍ନଟ କରିଛି ବୋର୍ଡ । ସେହି ରୁଟ୍ ଗୁଡିକରେ ୧୫୦ଟି ଟ୍ରେନ୍ ଚଳାଚଳ କରିବ । ଘରୋଇ ସଂସ୍ଥାଗୁଡିରୁ ବିଡ୍ ଆହ୍ୱାନ ପରେ ଆଇଆରସିଟିସି ଓ ଭେଲ ଭଳି ୧୫ଗୋଟି ସଂସ୍ଥା ବିଡ୍ ଦାଖଲ କରିଛନ୍ତି । ଏହା ମାଧ୍ୟମରେ ୩୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହାସଲ କରିବା ଲକ୍ଷ୍ୟ ରଖିଛି ବିଭାଗ । ଘରୋଇ-ସରକାରୀ ସହଭାଗିତାରେ ଲାଭାଂଶ ଭାଗବଣ୍ଟା ହେବ । ଯେଉଁ ସଂସ୍ଥା ଅଧିକ ଭାଗ ଦେବ ସେ ଏହି ବିଡର ବିଜେତା ହେବ । ଏକ ବିଭାଗ,ଏକ ମୁଖ୍ୟ ସହ ଦେଶର ୧୨ ଲକ୍ଷ ରେଳକର୍ମଚାରୀଙ୍କୁ ନେଇ ଆଗକୁ ବଢିବ ରେଳ ବିଭାଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’