Masthead

ଅଜଣା ରୋଗ ଛଡ଼ାଇନେଲା ସୁହାଗ ସିନ୍ଦୂର

ବୀରମହାରାଜପୁର (ବଡ଼ ଖବର ବ୍ୟୁରୋ): ସାତଜନମ ସାଥୀହୋଇ ରହିବାକୁ ଶପଥ ନେଇଥିଲେ ଦୁହେଁ । ହସଖୁସିରେ ଚାଲିଥିଲା ସେମାନଙ୍କ ଛୋଟିଆ ସଂସାର । ଗରିବ ହେଲେ ହେଁ ମନରେ ନଥିଲା ତିଳେ ମାତ୍ର ଦୁଃଖ । ସ୍ୱାମୀ, ୨ ପୁଅ, ଶାଶୁ, ଶ୍ୱଶୁର ନେଇ ଆଖିରେ ଥିଲା ଅସୁମାରୀ ସ୍ୱପ୍ନ । ହେଲେ ଦଇବ ଲେଖିଥିଲା ଅନ୍ୟ କିଛି । ଜୀବନସାଥୀଙ୍କୁ ହରାଇଲେ । ସତେ ଯେମିତି ତାଙ୍କ ହସଖୁସିର ସଂସାରକୁ ବିଧାତା ସହି ପାରିଲେନି । ସ୍ୱାମୀଙ୍କୁ ବଞ୍ଚାଇବାକୁ ପ୍ରାଣପଣେ ଉଦ୍ୟମ କଲେ । ହେଲେ ଅଜଣା ରୋଗ ଛଡେଇ ନେଇା ତାଙ୍କ ଜୀବନ ।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ପଞ୍ଚାୟତର ଘିଚାପାଲି ଗାଁର ଏ ହେଉଛି ଦୁଃଖଦ ଘଟଣା । କଳାବତୀ ଲୁହାଙ୍କ ଜୀବନରେ ଛାଇଯାଇଛି ଦୁଃଖର ଛାୟା । କିଛିମାସ ଧରି ତାଙ୍କ ସ୍ୱାମୀ ଅରବିନ୍ଦ ଲୁହା (୩୫) ଅଜଣା ରୋଗରେ ପୀଡିତ ଥିଲେ । ଦିନ ମଜୁରି କରି ଚଳୁଥିବା ଅରବିନ୍ଦ, ଧାର କରଜ କରି ବୁର୍ଲ୍ଲାସ୍ଥିତ ଏକ ନର୍ସିଂହୋମରେ ଭର୍ତ୍ତି ହୋଇଥିଲେ । ସେଠାରେ ଗୋଟିଏ ମାସ ରହିବା ପରେ ବି ସ୍ୱାସ୍ଥ୍ୟରେ ସୁଧାର ନଆସିବାରୁ ଡାକ୍ତର ଭୁବନେଶ୍ୱର ନେବା ପାଇଁ ପରାମର୍ଶ ଦେଲେ । ସ୍ୱଳ୍ପ ଜମିବାଡିକୁ ବନ୍ଧା ପକାଇ କଳାବତୀ ସ୍ୱାମୀଙ୍କୁ ଭୁବନେଶ୍ୱର ଆଣୁଥିଲେ । ମାତ୍ର ଅଧାରାସ୍ତାରେ ଅରବିନ୍ଦଙ୍କ ମୃତ୍ୟୁ ହୋଇଥିଲା । ସାହସ ଜୁଟାଇ ସ୍ୱାମୀଙ୍କ ମୃତଦେହକୁ ଘରକୁ ଆଣିଥିଲେ କଳାବତୀ । ଏବେ ସେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି ।

ଅରବିନ୍ଦ ଥିଲେ ତାଙ୍କ ପରିବାରର ଜଣେ ମାତ୍ର ରୋଜଗାରିଆ । ତାଙ୍କ ମୃତ୍ୟୁରେ ବେସାହାରା ହୋଇପଡିଛନ୍ତି ସ୍ତ୍ରୀ କଳାବତୀ, ୨ପୁଅ ରାହୁଲ(୯) ଓ ରାଜା (୬) । ବୃଦ୍ଧା ବାପା’ମା ନିଜର ପୁଅକୁ ହରାଇ ହତାଶ ହୋଇପଡିଛନ୍ତି । ଧାର କରଜ ସୁଝିବା ଓ ୨ପୁଅଙ୍କ ଭବିଷ୍ୟତ ଚିନ୍ତାରେ ଦିନ କାଟୁଛନ୍ତି କଳାବତୀ । ଏହି ବେସାହାରା ପରିବାରକୁ କେହି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାଇଲେ ୫ପ୍ରାଣୀ  ବଞ୍ଚିଯାଆନ୍ତେ ବୋଲି ଗାଁ ଲୋକେ କହୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼