Masthead

ମୋତେ ‘ବଲି କା ବକରା’ ବନାଯାଉଛି; ରାଜ କୁନ୍ଦ୍ରା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ନିକଟରେ ଅଶ୍ଲୀଳ ଫିଲ୍ମ ତିଆରି ମାମଲାରେ ଗିରଫ ହୋଇଥିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜନେସ ମ୍ୟାନ ରାଜ କୁନ୍ଦ୍ରା । ସେ ଏବେ ପର୍ଣ୍ଣ ଫିଲ୍ମ ତିଆରି ଅଭିଯୋଗରେ ଜେଲରେ ଅଛନ୍ତି । ଚାର୍ଜସିଟ ଦାଖଲ ପରେ ସେ ଜାମିନ ପାଇଁ ଆବେଦନ କରିଛନ୍ତି । ମୁମ୍ବାଇ ମେଟ୍ରୋପଲିଟାନ କୋର୍ଟରେ ସେ ବେଲ ପାଇଁ ଆବେଦନ କରିଛନ୍ତି । ସେ କହିଛନ୍ତି ‘ମୋ ବିରୋଧରେ କୌଣସି ପ୍ରମାଣ ନାହିଁ । ମୋତେ ବିନା କାରଣରେ ଫସାଇ ଦିଆଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କୁ, ବଲି କା ବକରା ତଥା ମିଛରେ ବଳି ପକା ଯାଉଛି । ଏ ନେଇ ସେ ଦାବି କରି ବେଲ ଆବେଦନ କରିଛନ୍ତି ।

ଏହି ମାମଲାରେ ଦଦନ୍ତ କରୁଥିବା ମୁମ୍ବାଇ କ୍ରାଇମବ୍ରାଞ୍ଜ ପୋଲିସ ନିକଟରେ ରାଜ କୁନ୍ଦ୍ରା ଓ ତାଙ୍କ ୩ ସହଯୋଗୀଙ୍କ ନାଁରେ ଏହି ଅଶ୍ଲୀଳ ଫିଲ୍ମ ତିଆରି ଅଭିଯୋଗରେ ଚାର୍ଜସିଟ ଦାଖଲ କରିଥିଲା । ଏହା ପରେ ଅଭିଯୁକ୍ତମାନେ ମୁମ୍ବାଇ ମେଟ୍ରୋପଲିଟାନ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ତେବେ ରାଜ କୁନ୍ଦ୍ରାଙ୍କ ଆବେଦନ ପତ୍ରରେ କୁହାଯାଇଛି ଯେ, ରାଜ କୁନ୍ଦ୍ରାଙ୍କୁ ଭୁଲ ମାମାଲାରେ ଫସାଇବାକୁ ଉଦ୍ୟମ କରାଯାଉଛି । ତାଙ୍କ ନାମ ପ୍ରଥମେ ଏଫଆଇଆରରେ ନଥିଲା କିନ୍ତୁ ପୋଲିସ ଏହି ମାମଲାରେ ତାଙ୍କ ନାଁକୁ ମିଛରେ ଚାଣୁଛି । ତେବେ ବର୍ତ୍ତମାନ ରାଜ କୁନ୍ଦ୍ରା ପୋଲିସ ହେପାଜତରେ ଅଛନ୍ତି । ସୋମାବାର ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନର ଶୁଣାଣି ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ