Masthead

ଇସ୍ତଫା ପରିବର୍ତ୍ତେ ସିଧାସଳଖ ବରଖାସ୍ତ କରାଯାଇଛି: ରାଜେନ୍ଦ୍ର ଗୁଦ୍ଧା

ରାଜସ୍ଥାନ (ବଡ଼ ଖବର ବ୍ୟୁରୋ):  ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଗୁଦ୍ଧା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କରିଛନ୍ତି କଡ଼ା ସମାଲୋଚନା । କହିଛନ୍ତି ଯଦି ସେ ଦଳରେ ନ ଥାନ୍ତେ ତେବେ ଗେହଲଟ ଜେଲରେ ଥାଆନ୍ତେ। କିନ୍ତୁ ତାଙ୍କୁ ବହିଷ୍କାର କରାଯିବା ପୂର୍ବରୁ ତାଙ୍କୁ ବୁଝାଇବାକୁ ସୁଯୋଗ ଦିଆଯାଇ ନ ଥିଲା। ଜୁଞ୍ଜୁନୁ ଜିଲାର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଏକ ‘ଲାଲ ଡାଏରୀ’ ବିଷୟରେ ଉଲ୍ଲେଖ କରିଛନ୍ତି ରାଜେନ୍ଦ୍ର। ଇଡି ଏବଂ କଂଗ୍ରେସ ନେତା ଧର୍ମେନ୍ଦ୍ର ରାଠୋରଙ୍କ ବିରୋଧରେ ଆୟକର ଚଢ଼ାଉ ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ‘ଲାଲ ଡାଏରୀ’କୁ ସୁରକ୍ଷିତ ରଖିଛନ୍ତି।  ସୁରକ୍ଷା କର୍ମୀ ତଥା ନାଗରିକ ପ୍ରତିରକ୍ଷା, ପଞ୍ଚାୟତ ରାଜ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଥିବା ଗୁଦ୍ଧାଙ୍କୁ ବିଧାନସଭାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାବିନେଟରୁ ବରଖାସ୍ତ କରାଯାଇଛି।

ତାଙ୍କୁ ଇସ୍ତଫା ଦେବାକୁ କହିବା ପରିବର୍ତ୍ତେ ତାଙ୍କୁ ସିଧାସଳଖ ବରଖାସ୍ତ କରାଯାଇଛି। ସେ କହିଛନ୍ତି, ଯଦି ଗେହଲଟ ମୋତେ ଇସ୍ତଫା ଦେବାକୁ କହିଥାନ୍ତେ, ମୁଁ ଇସ୍ତଫା ଦେଇଥାନ୍ତି। ଫୋନ କରି ନୋଟିସ ମଧ୍ୟ ଦେଇ ପାରିଥାନ୍ତେ। କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ବିଚାରପତିମାନେ ମଧ୍ୟ ଏକ ସୁଯୋଗ ଦିଅନ୍ତି। ଆହୁରି ମଧ୍ୟ କହିଛନ୍ତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ଡାଏରୀକୁ ସୁରକ୍ଷିତ ରଖିଥିଲେ। ଡାଏରୀରେ କଣ ଅଛି ବୋଲି ପଚରାଯିବାବେଳ ସେ କିଛଇ ଉତ୍ତର ଦେଇନଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ