Masthead

ଇସ୍ତଫା ଦେବେ ରଜନୀକାନ୍ତ!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଇସ୍ତଫା ଦେଇପାରନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂ । ଉପବାଚସ୍ପତି ପଦରୁ ଇସ୍ତଫା ଦେଇ ସଂଗଠନକୁ ଆସିବେ ରଜନୀକାନ୍ତ । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିଜ ଅଂଚଳରେ ଦଳୀୟ ସଂଗଠନକୁ ସୁଦୃଢ କରିବା ପାଇଁ ଇସ୍ତଫା ଦେବେ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି । ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ସାଗଠନିକ ସ୍ଥିତିକୁ ମଜଭୁତ କରିବା ପାଇଁ ଇସ୍ତଫା ଦେଇଥିଲେ ବିକ୍ରମ କେଶରୀ ଆରୁଖ । ଢେଙ୍କାନାଳ, ଅନୁଗୁଳ ଜିଲ୍ଲାକୁ ନେଇ ବିଜେଡି ପକ୍ଷରୁ ସ୍ୱତନ୍ତ୍ର ପ୍ଲାନ କରାଯାଇଛି ।

ବିଜେପିକୁ ଟକ୍କର ଦେବାପାଇଁ ଦଳ ଏଠାରେ ନୂଆ ରଣନୀତି ଆପଣାଇଛି । ୨୦୧୯ରେ ଅନୁଗୁଳ ଜିଲ୍ଲାରେ ବିଜେଡି ବଡ ବିଜୟ ହାସଲ କରିଥିଲା ଏବଂ ସକି୍ରୟ ଥିଲେ ରଜନୀକାନ୍ତ ସିଂ । ଏବେ ଢେଙ୍କାନାଳ ଅନୁଗୁଳରେ ବିଜେପି ସକ୍ରିୟ ହେଉଥିବା ଦୃଷ୍ଟିରୁ ରଜନୀକାନ୍ତଙ୍କୁ ସାଂଗଠନିକ ଦାୟିତ୍ୱ ଦେବା ପାଇଁ ଦଳ ଏକପ୍ରକାର ନିଷ୍ପତ୍ତି ନେଇଛି । ତେଣୁ ରଜନୀକାନ୍ତ ଉପବାଚସ୍ପତି ପଦରୁ ଇସ୍ତଫା ଦେଇପାରନ୍ତି । ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଭେଟି ଇସ୍ତପା ପତ୍ର ଦେଇପାରନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା