Masthead

ଦୁଲୁକୁଛି ଯାତ୍ରା ପେଣ୍ଡାଲ, ମତୱାଲା ହେଉଛନ୍ତି ଦର୍ଶକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରିଲା ମାଘମେଳା । ପୁର୍ଣ୍ଣିମାରେ ପଡ଼ିଲା ପୁର୍ଣ୍ଣାହୂତି । ତଥାପି ଲାଗିଛି ଖଣ୍ଡଗିରିରେ ଗହଳି । ମେଳଣ ସାଙ୍ଗଙ୍କୁ ଯାତ୍ରା ପେଣ୍ଡାଲର ମଜା ନେଉଛନ୍ତି ଦର୍ଶକ । ଯାତ୍ରା ଡ଼ାଇଲଗଲେ ଦୁଲୁକୁଛି ଖଣ୍ଡଗିରି ପଡ଼ିଆ । କରୋନା ପାଇଁ ଦୁଇ ବର୍ଷ ଯାତ୍ରା ବନ୍ଦ ଥିବାବେଳେ ଏବେ ଲାଗିଛି ଦର୍ଶକଙ୍କ ଭିଡ଼ । ସେପଟେ ଦୁଲୁକୁଛି ପେଣ୍ଡାଲ କିମିଆ କରିଛି କାହାଣୀ । ପ୍ରଥମ ପର୍ଯ୍ୟାୟ ଯାତ୍ରାକୁମ୍ଭ ସରିଥିବାବେଳ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ଚାଲିଛି ଜୋରଦାର ଲଢେଇ । ଆଜିଠୁ ଦମ୍ ଦେଖାଇବେ କଳିଙ୍ଗ, ତୁଳସୀ ଗଣନାଟ୍ୟ ।

ଆଜିର ନାଟକର ବିଶେଷ ଆର୍କଷଣ ତୁଳସୀ ଗଣନାଟ୍ୟର ନାଟକ ମହତାବ ପେଣ୍ଡାଲର ଅଧା ରାତିର ସାଥୀ । ତାକୁ ଟକ୍କର ଦେଉଛି କୋଣାର୍କ ଗଣନାଟ୍ୟର ଘାଟିକିଆ ପେଣ୍ଡାଲ ତୋ ବିନା ମୁଁ ଅଧା ଅଧା । ସେହିପରି ଜାଗମରା ଇନ୍ଦିରା ମଣ୍ଡପରେ ସଞ୍ଜ ଆସେ ନଇଁ ନଇଁ ଲୋ ହେବାକୁ ଥିବା ବେଳ ଜାଗମରା ମା ମଙ୍ଗଳା ମଣ୍ଡପର ନାଟକ ହାଟ ବସେଇଛି ହଟ ନାଗରୀ ଲୋକଙ୍କୁ ମତୱାଲା କରୁଛି । ଅନ୍ୟପଟେ ହେବାକୁ ଥିବା ଜାଗମରା ଜୟଦୁର୍ଗା ମଣ୍ଡପର ନାଟକ ଭୁଲ ତୋର ଭୋଗୁଛି ମୁଁ ଏବଂ ବାବା ନୀଳକଣ୍ଠେଶ୍ୱର ଯାତ୍ରା ମଞ୍ଚ ର ନାଟକ ଘୋଡ଼ାହାତୀ ଗଣ୍ଡାକୁ ଗଣ୍ଡା ଏକା ଲଢିବ ରାଣୀ ପଣ୍ଡା ମାର୍କେଟ ଘାଣ୍ଟୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼