Masthead

‘ସିଲଭର ଗାନ୍ଧି ଅଫ ଇଣ୍ଡିଆ ପୁସ୍ତକ’ ଲୋକାର୍ପିତ

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ମୋହନ ମହାପାତ୍ର ଉପରେ ଆଧାରିତ ପୁସ୍ତକ ସିଲଭର ଗାନ୍ଧି ଅଫ ଇଣ୍ଡିଆ ପୁସ୍ତକ ଲୋକାର୍ପିତ। ସ୍ବଚ୍ଛ ଭାରତ ଅଭିଯାନର ବାର୍ତ୍ତା ଦେଇ ପଦଯାତ୍ରା ମାଧ୍ୟମରେ ସାରା ଭାରତବର୍ଷରେ ସଚେତନତା ସୃଷ୍ଟି କରିଥିବା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନାଟକ ବିଭାଗର ଛାତ୍ର ମୋହନ ମହାପାତ୍ର ଓରଫ ସିଲଭର ଗାନ୍ଧିଙ୍କ ଉପରେ ରଚିତ ପୁସ୍ତକ ଆଜି ଜୟଦେଵ ଭବନର ପ୍ରଦର୍ଶନୀ କକ୍ଷଠାରେ ଲୋକାର୍ପିତ ହୋଇଯାଇଛି।

ଭୁବନେଶ୍ୱର ପୂର୍ବତନ ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣୀଙ୍କ ଦ୍ବାରା ରଚିତ ଏହି ପୁସ୍ତକର ଲୋକାର୍ପଣ ଉତ୍ସବକୁ ଓଡି଼ଶା ସମାଜସେବୀ ମହାସଙ୍ଘ ଆୟୋନ କରିଥିଲା । ଏହି କାର୍ୟ୍ୟକ୍ରମରେ ଡ. ପ୍ରସନ୍ନ ପାଟଶାଣୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ଆଉ ଜଣେ ମୋହନ ଆଉ ଜଣେ ଗାନ୍ଧୀ ଉପରେ ଆଲୋକପାତ କରିଥିଲେ । ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଜଟଣୀ ବିଧାୟକ ସୁର ରାଉତରାୟ, ସମାଜସେବୀ ମୀରା ପରିଡା, ମହାସଙ୍ଘ ରାଜ୍ୟ ମହିଳା ସଭାପତି ଡ. ବନ୍ଦନା ହରିଚନ୍ଦନ, କଣ୍ଠଶିଳ୍ପୀ ଡ. ଜୟଶ୍ରୀ ଧଳ, ସମାଜସେବୀ ମନସ୍ମିତା ଜେନା, ମାନି ପଣ୍ଡା, ମାନସ ବସ୍ତିଆ, ଭାଟିଆ ବାବୁ, ଜନନେତା ବିଜୟ ପରିଡା, ସାମ୍ବାଦିକ ଲିଙ୍ଗରାଜ ସାହୁ, ଅଶ୍ୱନୀ ପତି, କିଶନ ବାରାଇ, ସତ୍ୟଜିତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ ମହାସଂଘର ରାଜ୍ୟ ସଭାପତି ବାପୁ ଓଝା ପରିଚାଳନା କରିଥିବାବେଳେ ତନ୍ମୟ ସାମନ୍ତରାୟ, ମାନସ ରଞ୍ଜନ ସାହୁ, ନିରଞ୍ଜନ ସାହୁ, ଦେବପ୍ରସାଦ ମେର୍କାପ, ଚିତ୍ତରଂଜନ ଦାସ, ପ୍ରମୋଦ ପତି, ଡି ସନ୍ତୋଷ, ମୀର୍ ମହମ୍ମଦ ଅଲ୍ଲୀ, ଭୁବନାନନ୍ଦ ସାମନ୍ତ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ