Masthead

ମନେପଡନ୍ତି ରାଜୀବ ଗାନ୍ଧୀ…

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ରାଜୀବ ଗାନ୍ଧୀ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନାତି । ଇନ୍ଦିରା ଗାନ୍ଧୀ ଏବଂ ଫିରୋଜ ଗାନ୍ଧୀଙ୍କ ବଡ ପୁଅ । ସୋନିଆ ଗାନ୍ଧୀଙ୍କ ସ୍ୱାମୀ । ଆଜି ଭାରତ ରତ୍ନର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ । ରାଜୀବ ଗାନ୍ଧୀ ୨୦ ଅଗଷ୍ଟ ୧୯୪୪ ରେ ଜନ୍ମଗ୍ରହଣ କରିଥିଲେ। ୧୯୯୧ରେ ଏକ ନିର୍ବାଚନ ରାଲିରେ ବୋମା ବିସ୍ଫୋରଣରେ ତାଙ୍କର ହତ୍ୟା ସମଗ୍ର ଦେଶକୁ ଚକିତ କରି ଦେଇଥିଲା। ତାଙ୍କୁ ଶ୍ରୀଲଙ୍କାରେ ଅବସ୍ଥିତ ଏକ ସଶସ୍ତ୍ର ତାମିଲ ବିଚ୍ଛିନ୍ନତାବାଦୀ ସଂଗଠନ ଲିବରେସନ୍ ଟାଇଗର୍ସ ଅଫ୍ ତାମିଲ ଏଲାମ (ଏଲଏଲଟିଇ) ଦ୍ୱାରା ହତ୍ୟା କରାଯାଇଥିଲା। ୧୯୯୧ ମସିହା ମେ ୨୧ । ରାଜୀବ ଗାନ୍ଧୀ ପ୍ରଚାର କରିବାରେ ବ୍ୟସ୍ତ ଥାଆନ୍ତି ।

ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ପ୍ରଚାର କରିବା ପରେ ତାମିଲନାଡୁର ଶ୍ରୀପେରୁମ୍ବୁଦୁର ତାଙ୍କର ପରବର୍ତ୍ତୀ ଗସ୍ତ ଥିଲା। ଯେଉଁଠାରେ ସେ ଜି.କେ ମୋପାନାର ପାଇଁ ପ୍ରଚାର କରିବାକୁ ଯାଉଥିଲେ। ଚେନ୍ନାଇରେ ପହଞ୍ଚିବାର ଦୁଇ ଘଣ୍ଟା ପରେ ରାଜୀବ ଗାନ୍ଧୀଙ୍କୁ ଏକ କାରରେ ଶ୍ରୀପେରୁମୁଦୁରକୁ ନିଆଯାଇଥିଲା। ଏହି ସମୟରେ ସେ ରାସ୍ତାରେ ଅନ୍ୟ କିଛି ନିର୍ବାଚନ ପ୍ରଚାର ସ୍ଥାନରେ ଅଟକି ଯାଉଥିଲେ। ରାତି ପ୍ରାୟ ୧୦ ଟା । ରାଜୀବ ଗାନ୍ଧୀ ଶ୍ରୀପେରୁମ୍ବୁଦୁର ନିର୍ବାଚନ ରାଲିରେ ପହଞ୍ଚିଥିଲେ। ଏଠାରେ କଂଗ୍ରେସ କର୍ମୀ ଏବଂ ସ୍କୁଲ ପିଲାମାନେ ତାଙ୍କୁ ସ୍ୱାଗତ କରିଥିଲେ। ରାଲି ସ୍ଥଳରେ ପୁରୁଷ ଏବଂ ମହିଳାଙ୍କ ପାଇଁ ଦୁଇଟି ପୃଥକ ଗ୍ୟାଲେରୀ ଥିଲା। ଏହି ରାଲିରେ ମହିଳା ଆତ୍ମଘାତୀ ବିସ୍ଫୋରଣକାରୀ ଧନୁ ଏବଂ ଅନ୍ୟ ଏଲଏଲଟିଇ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ।

ରାଜୀବ ଗାନ୍ଧୀ ପ୍ରଥମେ ପୁରୁଷ ଗ୍ୟାଲେରୀ ପରିଦର୍ଶନ କରିଥିଲେ ଏବଂ ପରେ ସେ ମହିଳା ଗ୍ୟାଲେରୀ ପରିଦର୍ଶନ କରିବାକୁ ଯାଇଥିଲେ। ମହିଳା ଗ୍ୟାଲେରୀ ପରିଦର୍ଶନ କରିବା ସମୟରେ ଜଣେ ମହିଳା ରାଜୀବ ଗାନ୍ଧୀଙ୍କ ଆଡକୁ ଆସୁଥିଲେ। ଯେତେବେଳେ ଜଣେ ପୋଲିସ କର୍ମଚାରୀ ତାଙ୍କୁ ଅଟକାଇଲେ ରାଜୀବ ଗାନ୍ଧୀ ତାଙ୍କୁ ଏପରି କରିବାକୁ ବାରଣ କରିଥିଲେ। ଏହି ମହିଳା ଜଣକ ଥିଲେ କାଲାଇଭାନୀ ରାଜାରତ୍ନମ୍ ( ଧନୁ ନାମରେ ଜଣାଶୁଣା)। ରାତି ପ୍ରାୟ ୧୦.୧୦ ସମୟରେ ଯେତେବେଳେ ଧନୁ ରାଜୀବ ଗାନ୍ଧୀଙ୍କ ପାଦ ଛୁଇଁବାକୁ ନଇଁ ପଡ଼ିଥିଲେ, ସେତେବେଳେ ସେ ତାଙ୍କ ପୋଷାକ ତଳେ ବନ୍ଧା ହୋଇଥିବା ଆରଡିଏ୍କସ ବିସ୍ଫୋରକ ଭର୍ତ୍ତି ବେଲ୍ଟକୁ ବିସ୍ଫୋରଣ କରିଥିଲେ। ଏହି ବିସ୍ଫୋରଣରେ ରାଜୀବ ଗାନ୍ଧୀ, ତାଙ୍କ ହତ୍ୟାକାରୀ ଧନୁ ଏବଂ ଅନ୍ୟ ୧୪ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହା ସହିତ ବହୁ ସଂଖ୍ୟକ ଲୋକ ମଧ୍ୟ ଆହତ ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା