ଗୁଜୁରାଟ (ବଡ଼ ଖବର ବ୍ୟୁରୋ): ଭୁଜ୍ ଗସ୍ତକରି ପାକିସ୍ତାନକୁ ବଡ଼ ବାର୍ତ୍ତା ଦେଲେ ପ୍ରତିରକ୍ଷା ମନ୍ତ୍ରୀ । ରାଜନାଥ କହିଛନ୍ତି ଭୁଜ ଏୟାରବେସ୍ ପାକିସ୍ତାନ ବିପକ୍ଷ ବିଜୟରେ ସର୍ବଦା ସାଥି । ୧୯୬୫ ଓ ୧୯୭୧ରେ ଆମେ ଏହା ଦେଖିଥିଲେ । ଅପରେସନ ସିନ୍ଦୂରରେ ମଧ୍ୟ ଆମେ ପୁଣିଥରେ ଦେଖିଲୁ । ଆତଙ୍କବାଦୀ ବିରୋଧୀ ଲଢ଼େଇର ନେତୃତ୍ବ ନେଉଛି ବାୟୁସେନା ।
ଏଠୁ ଉଡ଼ାଣ ଆରମ୍ଭ କରି ଲଢ଼ୁଆ ବିମାନ ପରାକ୍ରମ ଦେଖାଇଛି । ସେ ଆହୁରି ମଧ୍ୟ କହିଛନ୍ତି ସାରା ବିଶ୍ବକୁ ଭାରତ ମଧ୍ୟ ଏହାଦ୍ବାରା ବାର୍ତ୍ତା ଦେଇଛି । ବ୍ରହ୍ମୋସ ମିଜାଇଲ୍ ତାକତକୁ ତ ପାକିସ୍ତାନ ସ୍ବୀକାର କରିସାରିଛି । ବ୍ରହ୍ମୋସ ଘନ ଅନ୍ଧକାର ମଧ୍ୟରେ ପାକିସ୍ତାନକୁ ଆଲୋକ ଦେଖାଇଛି । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ଚମକ ଦେଖାଇଛି । ଅନ୍ତର୍ଜାତୀୟ ମୂଦ୍ରା ପାଣ୍ଠିରୁ ଅର୍ଥ ଆଣି ପାକିସ୍ତାନ ଆତଙ୍କବାଦୀଙ୍କୁ ଦେଉଥିବା କହିଛନ୍ତି ରାଜନାଥ । ତେଣୁ ଆଏମଏଫ ତାର ନିଷ୍ପତ୍ତି ପୁନର୍ବିଚାର କରିବା ଦରକାର ।
୧୪ କୋଟି ଟଙ୍କା କୁଖ୍ୟାତ ମାସୁଦ ଅଜହରକୁ ପ୍ରଦାନ କରିଛି । ଆତଙ୍କୀ ଲଢ଼େଇରେ ଆପଣମାନେ ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି । ସେ କହିଛନ୍ତି ଆମେ ପାକିସ୍ତାନକୁ ପରୀକ୍ଷାରେ ରଖିଛୁ । ଯଦି ଏହାର ଆଚରଣରେ ଉନ୍ନତି ଆସେ, ତେବେ ଠିକ୍ । ନଚେତ୍, ପାକିସ୍ତାନକୁ କଠୋରତମ ଦଣ୍ଡ ଦିଆଯିବ । ଆତଙ୍କବାଦ ମୂଳୋତ୍ପାଟନ ପାଇଁ ଭାରତ ପ୍ରତିଜ୍ଞାବଦ୍ଧ । ଅପରେସନ ସିନ୍ଦୂର ବନ୍ଦ ହୋଇନି, ଜାରି ରହିଛି । ଆତଙ୍କୀ ଲଢ଼େଇରେ ଆପଣମାନେ ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି ।
ଅପରେସନ ସିନ୍ଦୂର ସମୟରେ ଆପଣ ଯାହା କଲେ, ତାହା ଗର୍ବିତ କରିଛି । ଦେଶ ଭିତରେ ଓ ବାହାରେ ଥିବା ଭାରତୀୟ ସମସ୍ତେ ଗର୍ବିତ । ଆତଙ୍କବାଦକୁ ଦମନ କରିବାକୁ ବାୟୁସେନା ପାଇଁ ମାତ୍ର ୨୩ ମିନିଟ୍ ଯଥେଷ୍ଟ ଥିଲା । ଟିଫିନ୍ ଖାଇବା ପାଇଁ ଯେତିକି ସମୟ ଦରକାର ସେତିକିରେ ଖତମ୍ । ଆପଣ ଶତ୍ରୁମାନଙ୍କ ଦେଶକୁ ଯାଇ କ୍ଷେପଣାସ୍ତ୍ର ପକାଇଥିଲେ । ପ୍ରତିଧ୍ୱନି ଭାରତ ସୀମାରେ ସୀମିତ ରହିଲା ନାହିଁ, ବିଶ୍ବ ଦେଖିଲା । ସେହି ପ୍ରତିଧ୍ୱନି କେବଳ କ୍ଷେପଣାସ୍ତ୍ରର ନୁହେଁ ଆପଣଙ୍କର ବୀରତ୍ୱ ।
ସଶସ୍ତ୍ର ବାହିନୀ ଯବାନଙ୍କ ସାହସର ମଧ୍ୟ ଥିଲା । ଆମେ ଭଗବାନ ରାମଙ୍କୁ ଅନୁସରଣ କରି ଆଗକୁ ବଢ଼ୁଛୁ । ପ୍ରଭୁ ଶ୍ରୀରାମ ଆସୁରିକ ଶକ୍ତିକୁ ସମାପ୍ତ କରିବାକୁ ସଂକଳ୍ପ ନେଇଥିଲେ । ପୃଥିବୀକୁ ରାକ୍ଷସ ମୁକ୍ତ କରିବା ପାଇଁ ହାତ ଉଠାଇଛି କହିଥିଲେ । ଯେଉଁଭଳି ଭାବରେ ପ୍ରଭୁ ରାମ ତାଙ୍କର ବାହୁ ଉଠାଇ ଥିଲେ । ବିଶ୍ୱକୁ ଦାନବମୁକ୍ତ ମୁକ୍ତ କରିବାକୁ ସଂକଳ୍ପ ନେଇଥିଲେ, ତାହା କରୁଛୁ । ସେହି ନୀତି ଅନୁସରଣ କରି ଆତଙ୍କୀ ମୂଳରୁ ଉଚ୍ଛେଦ ସଂକଳ୍ପ ନେଇଛୁ ।