Masthead

ମୋଦି ଓ ଯୋଗୀଙ୍କୁ ରାକେଶ ଟିକାୟତଙ୍କ ଚେତାବନୀ

ନୁଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ସରକାର ଓ ଚଷୀଙ୍କ ମଧ୍ୟରେ ବିଦ୍ରୋହ ଲାଗି ରହିଛି । ତିନି କୃଷି ଆଇନକୁ ବିରୋଧ କରି ଚାଷୀ ଓ ନେତା ଉଭୟ କେନ୍ଦ୍ରସରକାରଙ୍କ ବିରୋଧରେ ଲଢେଇ ଜାରି ରଖିଛନ୍ତି । ଏପଟେ ଆଗକୁ ୟୁପି ବିଧାନସଭା ନିର୍ବାଚନ ରହିଛି । ଏହାକୁ ଲକ୍ଷ ରଖି ପଶ୍ଚିମବଙ୍ଗ ମୁଜାଫରନଗରରେ ଆଜି ଚଷୀମାନେ ମହା ପଞ୍ଚାୟତ କରିଥିଲେ । ଏହି ସମୟରେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ନାରା ଦେଇଥିଲେ । ଚାଷୀଙ୍କ ସମେତ ବହୁ ଚାଷୀ ସଂଗଠନର ନେତା ସେଠାରେ ଉପସ୍ତିତ ଥିଲେ ।

ଏପଟେ ରାକେଶ ଟିକାଏତ ଚାଷୀ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଚେତାବନୀ ଦେଇଥିଲେ । ସେ କୃଷି ଆଇନ ସମେତ ବେରୋଜଗାରୀ,ଘରୋଇକରଣ ପ୍ରସଙ୍ଗ ଉପରେ ଆଲୋଚନା କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । କେବଳ ଏତିକି ନୁହେଁ ଦେଶରେ ବଢୁଥିବା ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧିକୁ ନେଇ ମଧ୍ୟ କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରିଥିଲେ ।ସେ କହିଛନ୍ତି ଯେ ଦେଶରେ ସରକାର ରେଳ,ତେଲ ଓ ବିମାନବନ୍ଦର ବିକ୍ରି କରିସାରିଲାଣି । ତେବେ ସରକାରଙ୍କୁ ଏ ଅଧିକାର କିଏ ଦେଇଛି କହି ରାକେଶ ଟିକାୟତ ପ୍ରଶ୍ନ କରିଛନ୍ତି । ଏହି ଆନ୍ଦୋଳନ ଆଗାମୀ ଦିନରେ ଜାରି ରହିବ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ